ତେଲେଙ୍ଗାନାରୁ ଆସିଛି ରୋଚକ କଥା। ସୂର୍ଯ୍ୟଦେବ ନାମକ ଏକ ଯୁବକ ଗୋଟିଏ ମଣ୍ଡପରେ ଏକା ସାଙ୍ଗରେ ଦୁଇ ଜଣଙ୍କୁ ବିବାହ କରିଛନ୍ତି। ଦୁଇଟି ଝିଅ ସହ ସୂର୍ଯ୍ୟଦେବର ପ୍ରେମସମ୍ପର୍କ ଥିଲା। କୌଣସି ଜଣକୁ ବି ଛାଡ଼ିବା ତାଙ୍କ ପକ୍ଷରେ ଅସମ୍ଭବ ଥିଲା। ସେଥିଲାଗି ପରିବାର, ସମ୍ପର୍କୀୟ ଓ ଗାଁ ବାସୀଙ୍କ ଆଗରେ ପାରମ୍ପରିକ ରୀତିନୀତି ଅନୁସାରେ ସେମାନେ ବିବାହ କରିଥିଲେ। ତେଲେଙ୍ଗାନାର କୋମରାମ ଆସିଫାବାଦ ଜିଲ୍ଲାର ଗୁମନୁର ଗାଁର ଏହା ଘଟଣା। ଲାଲ ଦେବୀ ଓ ଝଲକାରୀ ଦେବୀଙ୍କ ସହ ସୂର୍ଯ୍ୟର ପ୍ରେମସମ୍ପର୍କ ଥିଲା। ଆଗ ଗ୍ରାମବାସୀ ଏଭଳି ନିଷ୍ପତ୍ତିକୁ ବିରୋଧ କରିଥିଲେ। କିନ୍ତୁ ପରେ ଏହାକୁ ଗ୍ରହଣ କରିନେଇଥିଲେ ଆଉ ବିବାହ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ୨୦୨୧ରେ ବି ତେଲେଙ୍ଗାନାର ଆଦିଲାବାଦ ଜିଲ୍ଲାରୁ ଏମିତି ଆସିଥିଲା ଆଉ ଏକ ବିବାହ। ଗୋଟିଏ ମଣ୍ଡପରେ ଦୁଇ ଜଣଙ୍କୁ ବିବାହ କରିଥିଲା ଯୁବକ। ୨୦୨୨ରେ ଝାଡ଼ଖଣ୍ଡର ଲୋହରଦଗାରେ ବି ଅନୁରୂପ ବିବାହ ହୋଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now