ପୁରୀ ଜିଲ୍ଲା ସ୍ତରୀୟ ଲୋକକଳା ଦିବସ ପାଳିତ।

Spread the love

ପୁରୀ : ଆଜି ଆନନ୍ଦ ଉଲ୍ଲାସର ପର୍ବ ରଜ।ଓଡ଼ିଶାର ସବୁଠାରୁ ବଡ ପର୍ବ।ଏହି ଅବସରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସଦର ବ୍ଲକ ର ମିଳିତ ସହଯୋଗରେ ସଂସ୍କୃତି ଭବନ ଠାରେ ପୁରୀ ଜିଲ୍ଲା ସ୍ତରୀୟ ଲୋକ କଳା ଦିବସ ପାଳିତ ହୋଇଥିଲା। ସଦର ବିଡ଼ିଓ ସମ୍ବିତ କୁମାର ଶତପଥୀ ଏହାକୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ପ୍ରକାଶ ସେଠୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଅତିଥି ଭାବେ ଯୋଗ ଦେଇ ରଜ ପର୍ବ ଓ ଲୋକ କଳା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋପାତ କରିଥିଲେ।ହୁଳହୁଳି, ପୁଚି, ଝୋଟି ମୁରୁଜ ଓ ପିଠା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଶେଷରେ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଏହି ଅବସରରେ ପାଲା,ସଂକୀର୍ତ୍ତନ, ଗୋଟିପୁଅ, ଗୀତିନାଟ୍ୟ ଇତ୍ୟାଦି ପାରମ୍ପାରିକ କଳା ପ୍ରଦର୍ଶନ ସହ କଳାକାର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କଳାକାର ଲକ୍ଷ୍ମୀଧର ସ୍ୱାଇଁ ମଞ୍ଚ ପରିଚାଳନା କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ସମସ୍ତଙ୍କୁ ପିଠା ଓ ପାନ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *