ସତ୍ୟଜିତ ରାଏଙ୍କ ପୈତୃକ ଘରକୁ ଭାଙ୍ଗନି। ମ୍ୟୁଜିୟମ କରିବାକୁ ଭାରତ ସରକାର ସହଯୋଗ କରିବେ। କାରଣ ଏ ଘର ବଙ୍ଗାଳୀ ସାଂସ୍କୃତିକ ପୁନର୍ଜାଗରଣ ସହ ଜଡ଼ିତ ଏକ ଐତିହାସିକ ସ୍ଥଳ ଅଟେ। ଏହି ଘରକୁ ପୁନଃରୁଦ୍ଧାର କରାଯାଇପାରିବ। ଭାଙ୍ଗିବା ବଦଳରେ ଏହାର ମରାମତି ହୋଇପାରିବ। ଏହାକୁ ଏକ ସାହିତ୍ୟ ସଂଗ୍ରହାଳୟରେ ପରିବର୍ତ୍ତନ କରାଯାଇପାରେ। ଭାରତର ଏହି ନିବେଦନକୁ କିନ୍ତୁ ପ୍ରତ୍ୟାଖ୍ୟାନ କରିଦେଲା ବାଂଲାଦେଶ ସରକାର। ବାଂଲାଦେଶରେ ବଙ୍ଗାଳର ସମ୍ମାନିତ ସାହିତ୍ୟିକ ଓ ସାଂସ୍କୃତିକ ଇତିହାସକୁ ରୁଦ୍ଧିମନ୍ତ କରୁଥିବା ତିନି ପୀଢ଼ିର ଘରକୁ ଧ୍ୱସ୍ତ କରିଦେଇଛନ୍ତି ବାଂଲାଦେଶ ସରକାର। ପ୍ରସିଦ୍ଧ ବାଳ ସାହିତ୍ୟିକ ଓ ପ୍ରକାଶକ ଉପେନ୍ଦ୍ର କିଶୋରଙ୍କ ପୈତୃକ ଘର ଅଟେ। ଯାହା ବାଂଲାଦେଶର ମୈମନସିଂହ ସହରରେ ଥିଲା। ଉପେନ୍ଦ୍ରକିଶୋରକ କବି ସୁକୁମାର ରାଏଙ୍କ ପିତା ଓ ମହାନ୍ ଫିଲ୍ମ ନିର୍ମାତା ସତ୍ୟଜିତ ରାଏଙ୍କ ଜେଜେ ଥିଲେ। ଏହି ସମ୍ପତ୍ତି ଏବେ ବାଂଲାଦେଶ ସରକାରଙ୍କ ମାଲିକାନାରେ ଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବି ଚିନ୍ତା ପ୍ରକଟ କରିଥିଲେ। ରାୟ ପରିବାର ବଙ୍ଗାଳୀ ସଂସ୍କୃତିର ରକ୍ଷକ ଓ ବାହକଙ୍କ ଭିତରେ ଅନ୍ୟତମ ବୋଲି କହିଥିଲେ ଦିଦି। ସତ୍ୟଜିତ ରାୟଙ୍କ ଜେଜେ ସାହିତ୍ୟକାର ଉପେନ୍ଦ୍ର କିଶୋର ରାୟଚୌଧୁରୀ ବଙ୍ଗାଳୀ ପୁନର୍ଜାଗରଣର ସ୍ତମ୍ଭ ଥିଲେ। ବାଂଲାଦେଶର ଶିଶୁ ଏକାଡେମୀ ଏହି ପରିତ୍ୟକ୍ତ ଘରକୁ ଭାଙ୍ଗି ଏଠାରେ ବହୁତଳ ପ୍ରାସାଦ କରିବାକୁ ଯୋଜନା କରିବା ପରଠୁ ବିବାଦ ବଢ଼ିଥିଲା। ଶିଶୁ ଏକାଡେମୀ ୧୯୮୯ରେ ତତ୍କାଳୀନ ସୈନ୍ୟ ଶାସକ ହୁସୈନ ମହମ୍ମଦ ଇରସାଦଙ୍କ ସମୟରୁ ଏହାକୁ ଉପଯୋଗ କରିଆସୁଥିଲା। ଢାକାର ହୋରିକିଶୋର ରାଏ ଚୌଧୁରୀ ରୋଡସ୍ଥିତ ଶହେ ବର୍ଷ ପୁରୁଣା ସମ୍ପତ୍ତି ଉପେନ୍ଦ୍ରଙ୍କର ଥିଲା।


Naxatra News is now on Whatsapp
Join and get latest news update delivered to you via whatsapp
Join Now