ବିନୋଦ କୁମାର ପାଇବେ ଜ୍ଞାନପୀଠ ପୁରଷ୍କାର

୫୯ତମ ଜ୍ଞାନପୀଠ ପୁରଷ୍କାର ପାଇବେ ବିନୋଦ କୁମାର। ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ ଲେଖକ, ସୁପ୍ରସିଦ୍ଧ କବି ଓ ଔପନ୍ୟାସିକ ବିନୋଦ କୁମାର ଶୁକ୍ଳ ଏହି ସମ୍ମାନଜନକ ପୁରଷ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପୁରଷ୍କାର ବାବଦକୁ ୧୧ଲକ୍ଷ ଟଙ୍କା ନଗଦ ରାଶି, ପ୍ରଶସ୍ତି ପତ୍ର ଓ ବାଗଦେବୀଙ୍କ କାଂସ୍ୟ ପ୍ରତିମା ଦିଆଯିବ। ବାଣୀ ପ୍ରକାଶନ ସଂସ୍ଥା ଦ୍ୱାରା ସାହିତ୍ୟିକ ବିନୋଦଙ୍କ ସାହିତ୍ୟ ସମ୍ଭାରରେ ସବୁଠୁ ଚର୍ଚ୍ଚିତ ଲେଖା ହେଲା- ଅତିରିକ୍ତ ନହିଁ, ଦିଓ୍ୱାର ମେଁ ଖିଡକି ରେହତି ଥି, ପଚାଶ କବିତାଏଁ ନୟି ସଦି କେ ଲିୟେ। ଛତିଶଗଡ଼ର ପ୍ରଥମ ସାହିତ୍ୟିକ ଭାବେ ଏହି ସମ୍ମାନ ବିନୋଦ ପାଇବେ। ଶନିବାର ନୂଆଦିଲ୍ଲୀରେ ଜ୍ଞାନପୀଠ ଚୟନ ସମିତି ବିନୋଦଙ୍କ ନାଁ ଘୋଷଣା କରିଛି। ଚୟନ କମିଟିର ଅଧ୍ୟକ୍ଷା ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ କମିଟି ବିନୋଦଙ୍କ ନାଁ ଘୋଷଣା କରିଛି। ହିନ୍ଦୀ ସାହିତ୍ୟରେ ଜ୍ଞନପୀଠ ପୁରଷ୍କାର ପାଇବାରେ ବିନୋଦ ହେବେ ୧୨ତମ ବ୍ୟକ୍ତି। ଜାନୁଆରୀ ୧, ୧୯୩୭ରେ ରାଜନନ୍ଦାଗାଁଓରେ ଜନ୍ମିତ ବିନୋଦ ଗଲା ୫୦ବର୍ଷ ହେଲା ଲେଖି ଆସୁଛନ୍ତି। ତାଙ୍କ ଉପନ୍ୟାସ ନୌକର କି କମିଜ୍ ଉପରେ ପ୍ରଖ୍ୟାତ ଫିଲ୍ମ ନିର୍ମାତା ମଣିକୌଲ ଏକ ଫିଲ୍ମ ବି ନିର୍ମାଣ କରିଥିଲେ। ଆମେରିକାନ ନାବୋକର୍ବ ଆଓ୍ୱାର୍ଡ ପାଇବାରେ ବିନୋଦ ହେଉଛନ୍ତି ପ୍ରଥମ ଏସୀୟ। ଦିଓ୍ୱାର ମେଁ ଏକ ଖିଡକି ରହତି ଥି ଉପନ୍ୟାସ ପାଇଁ ୧୯୯୯ରେ ସାହିତ୍ୟ ଏକାଡେମୀ ପୁରଷ୍କାର ମିଳିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *