ନୋଟ ରେ ଲାଗିବକି ଗାନ୍ଧୀଙ୍କ ପରିବର୍ତ୍ତେ  ଟାଗୋର ଓ କାଲାମ ଙ୍କ ଛବି?

Spread the love

ଅନେକ ମିଡ଼ିଆ ରିପୋର୍ଟ ଦାବି ହେଉଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏବଂ ଆରବିଆଇ ମହାତ୍ମା ଗାନ୍ଧୀଙ୍କ ଚେହେରାକୁ ରବୀନ୍ଦ୍ରନାଥ ଟାଗୋର ଏବଂ ଏପିଜେ ଅବଦୁଲ କଲାମଙ୍କ ଛବିରେ ବଦଳାଇବାକୁ ଚିନ୍ତା କରୁଛନ୍ତି। କିନ୍ତୁ ଗାନ୍ଧୀଙ୍କ ଛବି ପରିବର୍ତ୍ତେ  ଟାଗୋର ଓ କାଲାମ ଙ୍କ ଛବି ନୋଟରେ ବଦଳାଇବାର ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଆରବିଆଇ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସୋମବାର ମହାତ୍ମା ଗାନ୍ଧୀଙ୍କ ଛବି ବିଦ୍ୟମାନ ମୁଦ୍ରା ଏବଂ ନୋଟରେ ଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ବଦଳାଯାଇଥିବା ଖବର ଖାରଜ କରିଦେଇଛି। ଏକ ବିବୃତ୍ତିରେ କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ମହାତ୍ମା ଗାନ୍ଧୀଙ୍କ ଚେହେରାକୁ ବଦଳାଇ ବିଦ୍ୟମାନ ମୁଦ୍ରା ଏବଂ ନୋଟରେ ପରିବର୍ତ୍ତନ ଆଣିବାକୁ ସେପରି କୌଣସି ପ୍ରସ୍ତାବ ନାହିଁ।

Leave a Reply

Your email address will not be published. Required fields are marked *