ଆସୁଛି ବଜରଙ୍ଗୀ ଭାଇଜାନ-୨

ସଲମାନ ଅଭିନୀତ ଫିଲ୍ମ ସିକନ୍ଦର ବକ୍ସ ଅଫିସରେ କରିସ୍ମା ଦେଖାଇପାରିଲାନି। ଫ୍ୟାନ୍ସଙ୍କ ସହ ସଲମାନ ବି ସିକନ୍ଦରକୁ ମିଳୁଥିବା ରେସପନ୍ସକୁ ନେଇ ନିରାଶ ଅଛନ୍ତି। କିନ୍ତୁ ଏହାକୁ ଭୁଲି ଏବେ ବଡ଼ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ସଲମାନ। ୧୦ ବର୍ଷ ପୂର୍ବରୁ ୧୦ଗୁଣାରୁ ଅଧିକ ଆୟ କରିଥିବା ଫିଲ୍ମ ବଜରଙ୍ଗୀ ଭାଇଜାନର ସ୍ୱିକେଲ୍ କରିବାକୁ ଯାଉଛନ୍ତି ସଲମାନ। ଇଦ୍ ଅବସରରେ ସଲମାନ ଅଭିନୀତ ଫିଲ୍ମ ସିକନ୍ଦର ରିଲିଜ୍ ହୋଇଥିଲା। ଏହା ବକ୍ସଅଫିସରେ ସେତିକି ଧମାଲ୍ କରିପାରିଲାନି। ସଲମାନ ଏବେ ବଜରଙ୍ଗୀ ଭାଇଜାନ-୨ କରିବାକୁ ଯାଉଛନ୍ତି। ସଲମାନଙ୍କ କ୍ୟାରିଅରର ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ହେଉଛି ବଜରଙ୍ଗୀ ଭାଇଜାନ୍। ଏହ ଫିଲ୍ମ କରିବାକୁ ନିର୍ମାତା ୯୦ କୋଟି ଖର୍ଚ୍ଚ କରିଥିଲେ। କିନ୍ତୁ ଫିଲ୍ମ ବକ୍ସଅଫିସରେ ଧମାଲ୍ କରିବା ସହ ୯୧୮ କୋଟି ଟଙ୍କା କଲେକ୍ସନ କରିଥିଲା। ୨ ବର୍ଷ ହେଲା ସଲମାନ ଓ କେବି ବିଜୟେନ୍ଦ୍ର ପ୍ରସାଦ ବଜରଙ୍ଗୀ ଭାଇଜାନ-୨ ତିଆରି ନେଇ ପ୍ଲାନ୍ କରିଆସୁଛନ୍ତି। ଆରଆରଆର ଲଞ୍ଚ୍ ବେଳେ ଏହି ଫିଲ୍ମ ତିଆରି ଲାଗି ଯୋଜନା ହୋଇଥିଲା। ସଲମାନ, ବିଜୟେନ୍ଦ୍ର ପ୍ରସାଦ ଓ କବିର ଖାନଙ୍କ ଯୋଡ଼ି ଏହାର ସ୍ୱିକେଲକୁ କେତେଦୂର ସଫଳ କରୁଛି, ସମୟ କହିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *