ଅପରାଧଓଡ଼ିଶାଜାତୀୟ

ଗୁଡ୍ଡୁ ମୁସଲିମର ଓଡ଼ିଶା ଲିଙ୍କ୍

GUDU MUSLIM ODISHA LINK..PKG

() ଗ୍ୟାଙ୍ଗଷ୍ଟର ଆତିକ ଅହମ୍ମଦର ଘନିଷ୍ଠ ସହଯୋଗୀ ଗୁଡ୍ଡୁ ମୁସଲିମର ଓଡ଼ିଶା ଲିଂକକୁ ନେଇ ଥମୁନି ଚର୍ଚ୍ଚା। କେତେବେଳେ ପୁରୀରେ ତ କେତେବେଳେ ବରଗଡ଼ରେ ଗୁଡ୍ଡୁର ଲାଟେଷ୍ଟ ଲୋକେସନ ଠାବ ହୋଇଥିବା ୟୁପି ଏସଟିଏଫର ସୂଚନା ଆଧାରରେ ହଟଚମଟ ସୃଷ୍ଟି ହୋଇଛି। ଡିଜିଙ୍କ ସମେତ ଉତ୍ତରାଞ୍ଚଳ ଆଇଜି କହିଛନ୍ତି, ଓଡ଼ିଶାରେ ଗୁଡ୍ଡୁ ମୁସଲିମ ଥିବା ସନ୍ଦେହରେ ୟୁପି ଏସଟିଏଫ ଭେରିଫିକେସନ ପାଇଁ ଆସିଥିଲା। ଆଉ ପ୍ରୋଟୋକଲ ଅନୁସାରେ ଓଡ଼ିଶା ପୁଲିସ ସହଯୋଗ କରିଛି।

ଉମେଶ ପାଲ୍ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୁଡ୍ଡୁ ମୁସଲିମ କେଉଁଠି ନିହତ ଗ୍ୟାଙ୍ଗଷ୍ଟର ଆତିକ୍ ଅହମ୍ମଦର ଘନିଷ୍ଠ ସହଯୋଗୀ ଗୁଡ୍ଡୁ ବୋମା ଭିଡ଼ିବା ଓ ବିସ୍ଫୋରଣ କରାଇବାରେ ଧୁରନ୍ଧର ଥିଲା। ଫେରାର୍ ଥିବା ଗୁଡ୍ଡୁର ଲାଟେଷ୍ଟ ଲୋକେସନ କେବେ ପୁରୀ ଦେଖାଉଛି କେବେ ବରଗଡ଼ ଦେଖାଇଲାଣି ୟୁପି ଏସଟିଏଫ ଏହି ଲୋକେସନ ଭିତ୍ତିରେ ଧରିବାକୁ କୁଆଡ଼େ ପହଞ୍ଚିଲାବେଳକୁ ଚମ୍ପଟ ମାରୁଛି ଗୁଡ୍ଡୁ। ଜାତୀୟ ଗଣମାଧ୍ୟମରେ ଏଭଳି ହେଉଥିବା ଚର୍ଚ୍ଚାକୁ ନେଇ ଆଜି ମୁହଁ ଖୋଲିଛନ୍ତି ପୁଲିସ ଡିଜି। ୟୁପି ପୁଲିସର କୌଣସି ଟିମ୍ ପୁରୀ ଯାଇନି ଅବଶ୍ୟ ବରଗଡ଼ ଜିଲ୍ଲାକୁ ଏସଟିଏଫ୍ ଯାଇ ଓଡ଼ିଶା ପୁଲିସର ସହାୟତା ମାଗିଥିଲା। ଏଭଳି ସମ୍ୱେଦନଶୀଳ ଅପରାଧ ଘଟଣାରେ ପ୍ରୋଟୋକଲ ଅନୁସାରେ ୟୁପି ପୁଲିସକୁ ସହାୟତା କରିଛି ଓଡ଼ିଶା ପୁଲିସ

ସେପଟେ ବରଗଡ଼ ସୋହେଲା ଲହୁରାଚଟିର ରାଜା ଖାନ୍ ନାମକ ବ୍ୟକ୍ତିଙ୍କୁ ସୋହେଲା ମସଜିଦରୁ ଉଠାଇନେଇଥିଲା ୟୁପି ପୁଲିସ ଗୁଡ୍ଡୁ ମୁସ୍‌ଲିମର ଡ୍ରାଇଭର ସହ ରାଜା ଖାନର ସମ୍ପର୍କ ଥିବା କୁହାଯାଉଛି। ଗଲା ୧୭ ୧୮ ତାରିଖ ଦୁଇ ଦିନ ଧରି ୟୁପି ଏସଟିଏଫର ଜଣିଆ ଟିମ୍ ବରଗଡ଼କୁ ଆସିଥିଲେ ଆଉ ଟିମ୍ ଗୁରୁବାର ଫେରିଯାଇଥିବା ସୂଚନା ଦେଇଛନ୍ତି ବରଗଡ଼ ଏସପି। ଉତ୍ତରାଞ୍ଚଳ ଆଇଜି କହିଛନ୍ତି, ବରଗଡ଼ ଭଟଲି ଅଞ୍ଚଳରେ ଭେରିଫିକେସନ ପାଇଁ ଆସିଥିଲା ୟୁପି ଏସଟିଏଫ।  ସ୍ଥାନୀୟ ପୁଲିସ ସହାୟତାରେ ବ୍ୟାପକ ଖାନତଲାସୀ କରିଥିଲେ। କିନ୍ତୁ କାହାକୁ ଗିରଫ କରାଯାଇନଥିବା ଆଇଜି କହିଛନ୍ତି

ନିହତ ଗ୍ୟାଙ୍ଗଷ୍ଟର ଆତିକ୍‌ ଅହମ୍ମଦର ମୁଖ୍ୟ ସହଯୋଗୀ ଗୁଡ୍ଡୁ ଫେରାର୍। ଉମେଶ ପାଲ୍ ହତ୍ୟାକାଣ୍ଡର ପ୍ରମୁଖ ଅଭିଯୁକ୍ତ ଭାବେ ଆତିକର ପତ୍ନୀ ସାଇସ୍ତା ପରଓ୍ୱିନ୍ ବି ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି। ଆତିକ୍ ଅହମ୍ମଦର ଡାହାଣ ହାତ ଥିଲା ଗୁଡ୍ଡୁ। ବାରମ୍ୱାର ଗୁଡ୍ଡୁ ନିଜର ଠିକଣା ବଦଳାଇବାରେ ଲାଗିଛି। ଗୁଡ୍ଡୁ ଘରେ ଲଟକା ଟାଙ୍ଗିଛି ପୁଲିସ। ଗୁଡ୍ଡୁ ବାବଦରେ ସୂଚନା ଦେଲେ ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା ହୋଇଛି ଗୁଡ୍ଡୁ ସମେତ ଅନ୍ୟ ସୁଟର ଅର୍ମାନ୍ ବିହାରୀ ସାବିର୍ ବି ଫେରାର୍ ଅଛନ୍ତି ଯାଏ

ସ୍ୱରୂପା ମହାପାତ୍ରଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button