ଖୁବ ଶୀଘ୍ର ଲଞ୍ଚ ହେବ Nothing Phone 3। ନୂଆ ବର୍ଷ ଭାରତୀୟ ବଜାରରେ ନିଜର ନୂଆ ସ୍ମାର୍ଟଫୋନ୍ Nothing Phone 3 କୁ ଲଞ୍ଚ କରିବାକୁ ପ୍ଲାନ୍ କରୁଛି। ୨୦୨୫ ର ପ୍ରାରମ୍ଭ ମାସରେ ଏହି ସ୍ମାର୍ଟଫୋନ୍ ଲଞ୍ଚ ହୋଇପାରେ । Nothing ର ଏହି ଅପକମିଙ୍ଗ ସ୍ମାର୍ଟଫୋନରେ ବହୁତ କିଛି ଦମଦାର ଫିଚର୍ସ ଦେଖିବାକୁ ମିଳିବ । ଏହି ପୋନକୁ ଚଳିତ ବର୍ଷରେ ଲଞ୍ଚ କରାଯାଇଥାନ୍ତା କିନ୍ତୁ ପରେ କମ୍ପାନୀର CEO Carl Pei କହିଥିଲେ ଯେ ଅପକମିଙ୍ଗ ଫୋନରେ AI touch ସାମିଲ୍ କରାଯାଉଛି ଯାହା ପାଇଁ ଏହା ୨୦୨୫ ମସିହାରେ ଲଞ୍ଚ ହେବ । ଏହି ସ୍ମାର୍ଟଫୋନ୍ ସମ୍ଭନ୍ଧୀୟ ଲିକ୍ ଦୀର୍ଘ ସମୟ ଧରି ବାହାରକୁ ଆସୁଛି ଏବଂ ଫ୍ୟାନ୍ସମାନେ ଏାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now