ବାଣିଜ୍ୟ/ବ୍ୟବସାୟ

ଆସୁଛି ନୂଆ ଅଲଟୋ…

ମାରୁତୀ କମ୍ପାନୀ ର କାର୍ ର ଚାହିଦା ଭାରତୀୟ ବଜାରରେ ସୁବବେଳେ ରହିଛି । ମଧ୍ୟ୍ୟବିତ୍ତ ପରିବାର ର ଲୋକ କାର୍ କିଣିବା ପାଇଁ ଚାହିଁଲେ ପ୍ରଥମ ପସନ୍ଦ ମାରୁତୀ କମ୍ପାନୀ ର କାର୍ କିଣିବା ପାଇଁ ନିଷ୍ପତ୍ତି ନିଅନ୍ତି । କଥାରେ ଅଛି ଦାମ୍ ରେ କମ୍ ଓ କାମ୍ ରେ ବି ଦମ୍ । ସେଥିପାଇଁ ତ ମାରୁତୀ କମ୍ପାନୀ ଚାହିଦା ସବୁବେଳେ ରହିଛି । ଲୋକପ୍ରିୟ ହେଲା ଅଲଟୋ ର ନୁଆ ଲୁକ୍ । ଭାଇରାଲ ହେଲା ଅଲଟୋର ନୁଆ ଲୁକ୍ । ଗ୍ରାହକ ଙ୍କ ପାଇଁ ଖୁସି ଖବର । ନୁଆ ଲୁକ୍ ନୁଆ ଫିଚର୍ସ ସହ ବଜାରକୁ ଖୁବ୍ ଶ୍ରୀଘ୍ର ଆସୁଛି । ମାରୁତି ସୁଜକି ଲିମିଟେଡ ଚଳିତ ବର୍ଷ ଶେଷ ସୁଦ୍ଧା ନିଜର ନୁଆ ଆଲଟୋ ଲଞ୍ଚ କରିପାରେ । ନୁଆ ଅଲଟୋ ର ଫଟୋ ସାମାନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି ।

ଫଟୋ ରୁ ଜଣାପଡୁଛି ଡିଜିଆନ ବହୁତ ସୁନ୍ଦର ହୋଇଛି । ଫଟୋ ଦେଖି ଲଞ୍ଚ ର ତାରିଖ ଜାଣିବା ପାଇଁ ଲୋକ ମାନେ ସୋସିଆଲ ମିଡିଆରେ ଇଚ୍ଛା ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ସୁଜୁକି ଭାରତ ବାହାରେ ଏହି ମଡେଲ ଲଞ୍ଚ କରିଛି । ଏହାର ନାମ ନିଉ ଆଲଟୋ ଲାପିନ ଏଲସି ରଖାଯାଇଛି । ଲାପିନ ର ଅର୍ଥ ହେଉଛି ଠେକୁଆ କାରଟି ଦେଖିବାକୁ ମଧ୍ୟ୍ୟ ଠେକୁଆ ଭଳି ସୁନ୍ଦର । କାରର୍ ଭିତର ଓ ବାହାର ଫଟୋ ମଧ୍ୟ୍ୟ ସାମାନ୍କୁ ଆସିଛି । ଲୋକଙ୍କ ମନକୁ ଏହା ଏକ ମିନି ଏସୟୁଭି ଭଳି ଅନୁଭବ ହେବ । ବର୍ତ୍ତମାନ ବଜାରରେ ଉପଲବ୍ଧ ମଡେଲ ଅପେକ୍ଷା ଏହି ମଡେଲ ଟି ଅଧିକ ଭାରୀ ଓ ପ୍ରଶସ୍ତ ହେବ ।

କାର ଆଗରେ ବଡ ଏଲଇଡି ଲାଇଟ ରହିଛି । ଗାଡି ପଛରେ ମଧ୍ୟ୍ୟ ଏଲଇଡି ଲାଇଟ ପରି ଡିଜାଇନ୍ ସହିତ ଏକ ଲାଇଟ ରହିଛି । ଏହାର ଉଚ୍ଚତା ଅଧିକ ହେବ ନାହିଁ । ଫଠୋ ରୁ ଜଣାପଡୁଛି ଏହା ଏସକ୍ରସ ଠାରୁ କମ ଲମ୍ବା ହେବ । ବର୍ତ୍ତମାନ ମଡେଲ ଠାରୁ ଏହା ଉନ୍ନତ ମାନର । ଦୁଇଟି ଭିନ୍ନ ଇଞ୍ଜିନ ବିକଳ୍ପ ସହତ ନୁଆ ଆଲଟୋ ଭାରତୀୟ ବାଜରରେ ଲଞ୍ଜ ହୋଇପାରେ । ଏଥିରେ ୮୦୦ ସିସି ଏବଂ ୧୦୦୦ ସିସି ଇଞ୍ଜିନ ଅନ୍ତ୍ରଭୁକ୍ତ । ତେବେ ଜାପାନରେ ଏହି କାରକୁ ୬୬୦ ସିସି ୩ ସିଲିଣ୍ଡର ପେଟ୍ରୋଲ ଇଂଞ୍ଜିନରେ ଲଞ୍ଚ କରାଯାଇଛି ।

ଏହାର ମୁଳ୍ୟ ୧୪ ଲକ୍ଷ ଯେନ ( ପ୍ରାୟ ୮ ଲକ୍ଷ ) ଟଙ୍କା ସ୍ଥିର କରାଯାଇଛି । ଭାରତୀୟ ବଜାରରେ ଏହାର ମୁଲ୍ୟ୪ ଲକ୍ଷ ରୁ ଆରମ୍ଭ ହେବ । ବର୍ତ୍ତମାନ ଭାରତରେ ଏହାର ଏକ୍ସ ସୋ ରୁମ୍ ପ୍ରାଇସ ୪ .୦୮ ରୁ ୫.୦୩ ମଧ୍ୟ୍ୟରେ ରହିଛି ।ମାରୁତୀ କମ୍ପାନୀ କାର ଭାରତୀୟ ମାନଙ୍କର ପ୍ରଥମ ପସନ୍ଦ । ମାରୁତୀ କମ୍ପାନୀର କାର ଫ୍ୟାମିଲି କାର ଭାବରେ ବେସ ଚାହିଦା ରହିଆସିଛି । ଦାମ ,ଡିଜାଇନ୍ , ମେଣ୍ଟେନାନସ୍ ସବୁ ଦୃଷ୍ଟିରେ ଦେଖିଲେ ମାରୁତି କମ୍ପାନୀ ର କାର ବେଷ୍ଟ ଫ୍ୟାମିଲି କାର ଇନ୍ ଇଣ୍ଡିଆ । ଅନ୍ୟ କମ୍ପାନୀ କାର୍ ଅପେକ୍ଷା ମାରୁତୀ କମ୍ପାନୀ କାର କିଣିବା ପାଇଁ ଲୋକ ମାନେ ଅଧିକ ପସନ୍ଦ କରନ୍ତି ।

  • ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button