ଇଲେକ୍ଟ୍ରି ସ୍କୁଟରରେ ଲାଗୁଛି ନିଆଁ, ଇ ବାଇକ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର

Spread the love

ଇଲେକ୍ଟ୍ରିକ୍ ବାଇକ୍ ଓ ସ୍କୁଟର ଗୁଡ଼ିକରେ ବାରମ୍ବାର ନିଆଁ ଲାଗିବା ଘଟଣାକୁ ଏବେ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର ନେଇଛନ୍ତି। କାହିଁକି ଇଲେକ୍ଟ୍ରି ସ୍କୁଟରରେ ନିଆଁ ଲାଗୁଛି ତାହାର ତଦନ୍ତ ରିପୋର୍ଟ ନ ଆସିବା ଯାଏଁ ନୂଆ ମଡେଲ୍‌ର ଇଲେକ୍ଟ୍ରି ବାଇକ ଉପରେ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି। ଏନେଇ ବିଧିବଦ୍ଧ ନିର୍ଦ୍ଦେଶ ଜାରି ହୋଇ ନଥିଲେ ବି ମୌଖିକ ଭାବେ କମ୍ପାନୀ ଗୁଡିକୁ କୁହାଯାଇଥିବା ସୂଚନା ମିଳିଛି। ଗାଡ଼ି ତିଆରି ସମୟରେ ମୋଟର ଯାନ ନିୟମରେ ରହିଥିବା ନିୟମ ଓ ବ୍ୟବସ୍ଥାଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କଂପାନିଗୁଡ଼ିକୁ କୁହାଯାଇଛି । ହେଲେ କାହିଁକି ଏଭଳି ସ୍ଥିତି ଉପୁଜିଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଅଟୋ ମୋବାଇଲ ଇଂଜିନିୟର କହିଛନ୍ତି ଇଲେକ୍ଟ୍ରିକ୍ ଗାଡିରେ ବ୍ୟାଟେରୀ ସମସ୍ୟା ପାଇଁ ନିଆଁ ଲାଗିଥାଏ। ଖର୍ଚ୍ଚ କମ୍ କରିବା ପାଇଁ ଚାଇନା ବ୍ୟାଟେରୀ ଅଧିକ ବ୍ୟବହାର ଯୋଗୁଁ ସମସ୍ୟା ଉପୁଜିଛି। ଲିଥିୟମ ବ୍ୟାଟେରୀ ଲାଗିଲେ ସମସ୍ୟାର ସମାଧାନ ହୋଇପାରେ। 

କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ସାଧାରଣ ଲୋକ। କମ୍ପାନୀମାନଙ୍କ  ଅଧିକ ଲାଭ ଖୋର ମନୋଭାବ ପାଇଁ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ସେପଟେ ଏହାର ପ୍ରଭାବ ଇଲେକ୍ଟ୍ରିକ୍ ସ୍କୁଟର ବ୍ୟବସାୟରେ ପଡିନାହିଁ ବୋଲି କହିଛନ୍ତି ବ୍ୟବସାୟୀ।

   କିଛି ଦିନ ପୂର୍ବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଇଲେକ୍ଟ୍ରିକ୍‌ ଯାନ ନିର୍ମାତାମାନଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ଅବହେଳା କରୁଥିବା ସଂସ୍ଥାଗୁଡ଼ିକ ଉପରେ ମୋଟା ଅଙ୍କର ଜରିମାନା ଲାଗୁ କରାଯିବ ବୋଲି ଚେତାଇ ଦେଇଥିଲେ । ବର୍ତ୍ତମାନ ଆହୁରି କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ସରକାର। ହେଲେ ଯେଉଁମାନେ ଏଭଳି ଗାଡ଼ି କିଣି ସାରିଛନ୍ତି ସେମାନେ କରିବେ କ’ଣ? ତାହା ବଡ ପ୍ରଶ୍ନ ।

Leave a Reply

Your email address will not be published. Required fields are marked *