ବିଟ୍ କଏନ ହ୍ୱାଇଟପେପରକୁ ପୁରିଲା ୧୬ ବର୍ଷ। ଠିକ୍ ଆଜିକା ଦିନରେ ଅର୍ଥାତ୍, ଅକ୍ଟୋବର ୩୧, ୨୦୦୮ରେ ସତୋଶୀ ନାକାମୋଟୋ ବିଟକଏନ୍ ହ୍ୱାଇଟପେପର ରିଲିଜ୍ କରିଥିଲେ। ଯିଏ ଫାଇନାନ୍ସ ଓ ଟେକ୍ନୋଲୋଜି ଦୁନିଆକୁ ବଦଳାଇଦେଇଥିଲେ। ଏହି ହ୍ୱାଇଟପେପର ଡିଜିଟାଲ କରେନ୍ସିର ଭିତ୍ତିଭୂମି ରଖିଥିଲା। ଆଉ ଆଜି ବିଟ୍ କଏନ୍ ଏକ ମଲଟି ଟ୍ରିଲିୟନ ଡଲାରର ଆସେଟେ କ୍ଲାସ୍ ଭାବେ ପରିଣତ ହୋଇସାରିଛି। ଏହି ଐତିହାସିକ କ୍ଷଣକୁ ସେଲିବ୍ରେଟ୍ ପାଇଁ କଏନଡିସି ଏକ୍ସ କମ୍ପାନୀର କୋ ଫାଉଣ୍ଡର ସୁମିତ ଗୁପ୍ତା ଏକ୍ସ ପୋଷ୍ଟରେ ଘୋଷଣା କରିଛନ୍ତି- ଏବେ CoinDCXOriginals ର ପ୍ରଥମ ଏପିସୋଡ୍ ଏବେ ଲାଇଭ୍ ରହିଛି। ଏଥିରେ ୟୁଜର୍ସ ବିଟକଏନ ବା କ୍ରିପ୍ଟୋକରେନ୍ସିର ଯାତ୍ରା ବାବଦରେ ବିସ୍ତୃତ ଭାବେ ଜାଣିପାରିବେ। ବିନା କୌଣସି ବ୍ୟାଙ୍କ୍ ବା ତୃତୀୟ ପକ୍ଷ ବିନା ନେଣଦେଣ ସୁରକ୍ଷିତ ଓ ସ୍ୱଛ ଉପାୟରେ ହୋଇପାରିବ ବୋଲି ବିଟକଏନ୍ ର ମୁଖ୍ୟ ବିଚାର ଥିଲା। ଯିଏ ପୁରା କ୍ରିପଟୋ ଇଣ୍ଡଷ୍ଟ୍ରିକୁ ଜନ୍ମ ଦେଇଥିଲା। CoinDCX କମ୍ପାନୀ ଭାରତରେ କ୍ରିପ୍ଟୋ ଶିକ୍ଷା ଓ ନିବେଶକୁ ସରଳ ସହଜ କରିବା ମିଶନରେ କାମ କରୁଛି। ଆଜିକା ଦିନରେ ବିଟକଏନକୁ କେବଳ ରିଟେଲ୍ ନିବେଶକ ନୁହେଁ, ବରଂ ବଡ଼ ବଡ଼ ସଂସ୍ଥା ବି ଆପଣାଇଲେଣି। ୨୦୨୪ରେ ବ୍ଲାକରୋକ୍ ବିଟକଏନ ଇଟିଏଫର ମଞ୍ଜୁରୀ ଏହି ଆସେଟ କ୍ଲାସକୁ ଅଧିକ ବୈଧତା ଦେଇଥିଲା। ବିଟକଏନ ଏଣିକି ଆଉ ଏକ କେବଳ ବିକଳ୍ପ କରେନ୍ସି ହୋଇରହିନି। ବରଂ ଏକ ଗମ୍ଭୀର ନିବେଶର ବିକଳ୍ପ ସାଜିସାରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now