ବିବାହରେ ୨୧ କୋଟି ଟଙ୍କାର ଭେଟି। ରାଜସ୍ଥାନର ନାଗୌରରେ ଜଣେ ମାରଓ୍ୱାଡ଼ି ପରିବାର ବିବାହରେ ଏଭଳି ଭେଟି ଦେଇ ସମସ୍ତଙ୍କୁ ଚମକାଇଦେଇଛନ୍ତି। ଭେଟିରେ ୧ କିଲୋ ସୁନା, ୧୫ କେଜି ରୂପା, ୪ଟି ସୁଟକେସ୍ ଭର୍ତ୍ତି ୧ କୋଟି ୫୧ଲକ୍ଷ ଟଙ୍କା, ୨୧୦ ଏକର ଜମି ଓ ଏକ ପେଟ୍ରୋଲ ପମ୍ପ ଦେଇଛନ୍ତି। ଏହା ସହ ଆଜମେରରେ ଏକ ପ୍ଲଟ ଓ କାର୍ ଦିଆଯାଇଛି। ପ୍ରତି ଗ୍ରମାବାସୀଙ୍କୁ ରୂପା କଏନ ଦିଆଯାଇଥିଲା। ପରମ୍ପରା ସହ ଜଡ଼ିତ ମାଏରା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ଯୌତୁକ ସହ ଯୋଡ଼ି ବିତର୍କର ପାହାଡ଼ ଛିଡା ହେଲାଣି। ଅବଶ୍ୟ ଏହା ଗଲା ବର୍ଷ ମେ ମାସର ଭିଡ଼ିଓ। ହେଲେ ଏବେ ତାକୁ ପୁଣି ଥରେ ଭାଇରାଲ କରାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now