ସିବିଆଇ ଚାର୍ଜସିଟ୍ ପରେ ହସ୍ପିଟାଲ ଶଯ୍ୟାରେ ସତ୍ୟପାଲ ମଲ୍ଲିକ

ପୂର୍ବତନ ଜମ୍ମୁ ଓ କାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟରେ ସିବିଆଇ ଦର୍ଶାଇଛି ଯେ, କିରୁ ହାଇଡ୍ରୋପାୱାର ପ୍ରୋଜେକ୍ଟରେ ଠିକାଦାରୀ ଚୟନରେ ବ୍ୟାପକ ଦୁର୍ନୀତି ହୋଇଛି। ୨୦୨୫ ମେ ୨୨ ତାରିଖରେ ସିବିଆଇ ଦାଖଲ କରିଥିବା ଏହି ଚାର୍ଜସିଟରେ ସତ୍ୟପାଲ ମଲିକ, ତାଙ୍କର ଦୁଇ ଜଣ ପୂର୍ବତନ ବ୍ୟକ୍ତିଗତ ସଚିବ ଓ ଅନ୍ୟ ଚାରି ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ୨୩ ଅଗଷ୍ଟ ୨୦୧୮ରୁ ୩୦ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ। ରାଜ୍ୟପାଳ ପଦବୀରେ ଥିଲା ବେଳେ କିରୁ ହାଇଡ୍ରୋପାୱାର ପ୍ରୋଜେକ୍ଟରେ ଠିକାଦାରୀ ପ୍ରକ୍ରିୟାରେ ଅନିୟମିତତା ଘଟିଥିଲା। ସତ୍ୟପାଳ ମଲିକ ପୂର୍ବରୁ ଦାବି କରିଥିଲେ ଯେ ତାଙ୍କୁ ଦୁଇଟି ଠିକାଦାରୀ ଅନୁମୋଦନ ପାଇଁ ୩୦୦ କୋଟି ଟଙ୍କା ଲାଞ୍ଚ ନେବାକୁ ପ୍ରସ୍ତାବ ମିଳିଥିଲା। ଏହି ଦାବି ପରେ ସିବିଆଇ ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲା ଉପରେ ଗତ ବର୍ଷ ଫେବୃଆରି ମାସରେ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଜମ୍ମୁ-କାଶ୍ମୀର ସହିତ ୩୦ଟିଠାରୁ ଅଧିକ ସ୍ଥାନରେ ରେଡ୍ ହୋଇଥିଲା। ଚାର୍ଜସିଟ୍ ଦାଖଲ ହେବା ପରେ ସତ୍ୟପାଲ ମଲିକ ଏକ ହସ୍ପିଟାଲ ବେଡରୁ ତାଙ୍କ ଅବସ୍ଥା ଖରାପ ଥିବା ଭିଡିଓ ଓ ଫଟୋ ସାମ୍ବାଦିକମାନଙ୍କୁ ପଠାଇଛନ୍ତି। ସେ କହିଛନ୍ତି: “ମୋ ଅବସ୍ଥା ବହୁତ ଖରାପ”। କିରୁ ଜଳବିଦ୍ୟୁତ ପରିଯୋଜନାରେ ୨ହଜାର୨୦୦ କୋଟି ଟଙ୍କାର ସିଭିଲ୍ କାମ ରେ ହୋଇଥିବା ଭ୍ରଷ୍ଟାଚାର ମାମଲାରେ ସତ୍ୟପାଲଙ୍କ ସମେତ ୬ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ୍ ହୋଇଛି। ୩ ବର୍ଷ ତଦନ୍ତ କଲା ପରେ ସିବିଆଇ ଏହି ଚାର୍ଜସିଟ୍ ଦାଖଲ କରିଛି। ଏହି ସିଭିଲ୍ କାମ ଏକ ଠିକାଦାର ସଂସ୍ଥାକୁ ଦେବାକୁ ନେଇ ବ୍ୟାପକ ଲାଞ୍ଚ କାରବାର ହୋଇଥିଲା। ସତ୍ୟପାଲ କହିଥିଲେ, ଯେଉଁମାନଙ୍କ ବିରୁଦ୍ଧରେ ସେ ଭ୍ରଷ୍ଟାଚାର କରିଥିବାର ଆରୋପ ଲଦିଥିଲେ, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ ବଦଳରେ ସିବିଆଇ ତାଙ୍କ ଘରେ ରେଡ୍ କଲା। ଚାରି ପାଞ୍ଚଟି କୁର୍ତ୍ତା ପାଇଜାମା ବ୍ୟତୀତ ସିବିଆଇକୁ କିଛି ମିଳିଲାନି। ସରକାରୀ ଏଜେନ୍ସିକୁ ଲଗାଇ ତାଙ୍କୁ ଭୟଭୀତ କରିବାକୁୁ ଚେଷ୍ଟା ଚାଲିଛି। କିନ୍ତୁ ସେ ଜଣେ ଚାଷୀଙ୍କ ପୁଅ। ନା ସେ ଡରିବେ ନା କାହା ଆଗରେ ମୁଣ୍ଡ ନୁଆଇଁବେ ବୋଲି କହିଥିଲେ ସତ୍ୟପାଲ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *