ଅହମଦାବାଦ ବିମାନ କ୍ରାସରେ ଏୟାର ଇଣ୍ଡିଆ ଅତିରିକ୍ତ ସହାୟତା ଘୋଷଣା କଲା। ପ୍ରତି ମୃତକଙ୍କ ପରିବାରକୁ ତତ୍କାଳ ୨୫ଲକ୍ଷ ଟଙ୍କା ଦେବାକୁ ସହାୟତା ଘୋଷଣା କରିଛି। ପୂର୍ବରୁ ୧ କୋଟି ଟଙ୍କା ଲେଖାଏଁ ଘୋଷଣା କରିସାରିଥିଲା ଟାଟା ସନ୍ସ। ଏୟାରଇଣ୍ଡିଆ ଡ୍ରିମଲାଇନର ଡେଥ୍ ଲାଇନର ସାଜିଥିଲା। ଅହମଦାବାଦରୁ ଲଣ୍ଡନ ଯାଉଥିଲା ବେଳେ ଟେକଅଫ ମାତ୍ରେ ବିମାନ କ୍ରାସ୍ କରିଯାଇଥିଲା। ଏଥିରେ ଯାତ୍ରୀଙ୍କ ସମେତ ଗ୍ରାଉଣ୍ଡରେ ଥିବା ମୋଟ୍ ୨୭୦ ଜଣଙ୍କ ଜୀବନ ଯାଇଛି। ବିମାନରେ ଥିବା ଜଣେ ଯାତ୍ରୀଙ୍କୁ ଛାଡ଼ିଦେଲେ ସମସ୍ତ ୨୪୧ ଯାତ୍ରୀ ପ୍ରାଣ ହରାଇଛନ୍ତି।


Naxatra News is now on Whatsapp
Join and get latest news update delivered to you via whatsapp
Join Now