ବନ୍ଧୁ ସାଜିଲା ହତ୍ୟାକାରୀ- ମେସେଜ ଧରାଇଦେଲା ହତ୍ୟାକାରୀର ଚକ୍ରାନ୍ତ

ଗୋଟିଏ ମେସେଜ୍ ହିଁ ମର୍ଡରର ଖୁଲାସା କରିଦେଲା। ଦିଲ୍ଲୀର ବ୍ୟବସାୟୀ  ଅନୁରୂପ ଗୁପ୍ତା ମର୍ଡର ମାମଲାର ଖୁଲାସା କରିଛି ପୁଲିସ। ଅନୁରୂପ ଶେଷ ଥର ଛତିଶଗଡ଼ ନିବାସ ପହଞ୍ଚିଥିଲେ। ସେଠାରୁ ବାଇକ୍ ଟାକ୍ସି ନେଇ ମଟିଆଲା ଏରିଆର ଏକ ଗଳିରେ ପହଞ୍ଚିଥିଲେ। ଆଉ ଏହି ଟାକ୍ସି ଡ୍ରାଇଭରକୁ ପଚରାଉଚୁରା ପରେ ପୁଲିସକୁ ମିଳିଥିଲା ପ୍ରମୁଖ ପ୍ରମାଣ। ଦ୍ୱାରକାସ୍ଥିତ ଛତିଶଗଡ଼ ନିବାସରେ କ୍ୟାଣ୍ଟିନ ପରିଚାଳକ ୪୮ ବର୍ଷୀୟ ଅନୁରୂପ ଗୁପ୍ତାଙ୍କୁ ଅପହରଣ, ହତ୍ୟା ଓ ଶବକୁ ଟୁକୁଡ଼ା ଟୁକୁଡ଼ା କରି ଠିକଣା ଲଗାଇଥିବା ଭଳି ସମ୍ୱେଦନଶୀଳ ଘଟଣାର ଖୁଲାସା ଆଣ୍ଟି ନାର୍କୋଟିକ୍ସ ସେଲ କରିଛି। ଅନୁରୂପର ଘନିଷ୍ଠ ସାଙ୍ଗ ହାପି ଓରଫ ସୁରଜ, ତାର ଗାର୍ଲଫ୍ରେଣ୍ଡ୍ ରାଖି ସମେତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ପଞ୍ଚମ ଅଭିଯୁକ୍ତ ନୀରଜ ଏବେ ବି ଫେରାର୍। ହତ୍ୟାରେ ବ୍ୟବହୃତ ଛୁରୀ, ଶବକୁ କାଟିଥିବା ଚାପଡ଼ ଓ ଅନୁରୂପ ଗାଡିକୁ ଜବତ କରିଛି ପୁଲିସ। ଫେବୃଆରୀ ୧୮ ସଂଧ୍ୟାରେ ଅନୁରୂପ ଦ୍ୱାରକାସ୍ଥିତ ରାଧିକା ଆପାର୍ଟମେଣ୍ଟରୁ ନିଜ ଗାଡ଼ି ନେଇ ବାହାରିଥିଲେ। ଏହା ପରେ ନିଖୋଜ ହୋଇଯାଇଥିଲେ। ଅନେକ ଦିନ ଧରି ଖୋଜଖବର ନ ମିଳିବାରୁ ତାଙ୍କ ଭାଇ ଥାନାରେ ଏତଲା ଦେଇଥିଲେ। ସିସିଟିଭି ଫୁଟେଜ ଓ ଟେକ୍ନିକାଲ ସର୍ଭେଲାନ୍ସ ଜରିଆରେ ଯାଞ୍ଚ ଆଗକୁ ବଢ଼ାଇଥିଲା ପୁଲିସ। ଡ୍ରାଇଭରକୁ ପଚାରିବା ପରେ ପୁଲିସକୁ ମିଳିଥିଲା ବଳିଷ୍ଠ ପ୍ରମାଣ। ବିଲଡିଂରେ ତାଙ୍କୁ ହତ୍ୟା କରି ଶବକୁ ଟୁକୁଡ଼ା ଟୁକୁଡ଼ା କରି ୩ଟି ଅଖା ବସ୍ତାରେ ଭରି ମଥୁରା ନଦୀରେ ଫିଙ୍ଗି ଦିଆଯାଇଥିଲା। କଲ୍ ଡିଟେଲ ଯାଞ୍ଚ କରି ପୁଲିସ ହାପି ପାଖରେ ପହଞ୍ଚି ଜେରା କରିବାରୁ ହାପି ମାନିଯାଇଥିଲା। ହାପି ଭାବୁଥିଲା, ଯେହେତୁ ଅନୁରୂପ ସୁନାର ମୋଟା ଚେନ୍, ବ୍ରେସଲେଟ୍ ଓ ମୁଦି ପିନ୍ଧି କ୍ୟାଣ୍ଟିନ ଚଳାଉଛି। ତାକୁ ଅପହରଣ କଲେ ମୋଟା ଅଙ୍କର ଟଙ୍କା ଅସୁଲି ହୋଇପାରିବ। ପ୍ଲାନ ମୁତାବକ ଅନୁରୂପକୁ ଅପହରଣ କରି ବନ୍ଧକ ରଖିଥିଲେ। ହେଲେ ଟଙ୍କା ଅସୁଲିରେ ବିଫଳ ହେବାରୁ ଅନୁରୂପକୁ ମର୍ଡର କରିଦେଲେ। ଶବକୁ ଠିକଣ ଲଗାଇବାକୁ ଅନୁରୂପର ଗାଡ଼ିକୁ ବ୍ୟବହାର କରାଯାଇଥିଲା। ପରେ ଗାଡ଼ିକୁ ରାଜୌରୀ ଗାର୍ଡେନ ଏରିଆରେ ଛାଡ଼ି ଦିଆଯାଇଥିଲା। ହତ୍ୟା ପରେ ଅଭିଯୁକ୍ତ ଅନୁରୂପଙ୍କ ମୋବାଇଲରୁ ପରିବାର ଓ ପରିଜନଙ୍କୁ ହିନ୍ଦୀରେ ମେସେଜ ପଠାଇ ବିଭ୍ରାନ୍ତ କରି ଚାଲିଥିଲା। କେବେ ଗୋଆ ବୁଲିବା କଥା ଲେଖୁଥିଲା ତ କେବେ କୌଣସି ଝିଅ ସହ ଫଟୋ ପଠାଇ ସମସ୍ତଙ୍କୁ ଭରସା ଦେବାକୁ ଚେଷ୍ଟା କରିଥିଲା। ତେବେ ପରିବାରର ସନ୍ଦେହ ହେଲା ଯେ, ଅନୁରୂପ ତ କେବେ ହିନ୍ଦୀରେ ମେସେଜ୍ ପଠାନ୍ତିନି। ଏହି ସନ୍ଦେହ ଶେଷରେ ସତରେ ପରିଣତ ହେଲା। ଏହା ପରେ ପୁଲିସ ସମସ୍ତ ମାମଲା ଉପରୁ ପରଦା ହଟାଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *