ଦୁର୍ନୀତି ବିରୋଧୀ ସହନଶୀଳତା ନୀତି ମୋହନ ସରକାରଙ୍କ ସଂକଳ୍ପ। ଦୁର୍ନୀତି ଯିଏ କରିବ, ସେ ଜେଲ୍ ଯିବ। ଯେଉଁଠି ଥିଲେ ବି ବନ୍ଧା ହେବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଧର୍ମଗଡ଼ ଉପଜିଲ୍ଲାପାଳ ଆଇଏଏସ ଅଫିସର ଧିମାନ ଜଣେ କ୍ରସର ମାଲିକଙ୍କକୁ ଧମକ ଦେଇ ତାଙ୍କଠୁ ୧୦ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ଏହା ସହ ତାଙ୍କ ଘରୁ ନଗଦ ୪୭ ଲକ୍ଷ ଟଙ୍କା ଜବତ ଘଟଣାରେ ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ। ଗଲା ୪ ଓ ୫ ତାରିଖରେ ଦୁଇ ଦିନିଆ ରାଜସ୍ୱ ଅଧିକାରୀ ସମ୍ମିଳନୀରେ ସରକାର ଚେତାବନୀ ଦେଇଥିଲେ, ଦୁର୍ନୀତିକୁ ବରଦାସ୍ତ କରାଯିବନି। ସଂପୃକ୍ତ ଆଇଏଏସ ଅଫିସର ବି ଲୋକସେବା ଭବନରେ ଆୟୋଜିତ ସମ୍ମିଳନୀରେ ଯୋଗ ଦେଇଥିଲେ। ଆଉ ଫେରୁ ଫେରୁ ଏ କଥା ଏ କାନରେ ପୁରାଇ ସେ କାନରେ ବାହାର କରିଦେଇ ଦୁର୍ନୀତି କଲେ। ଏବେ ବି ସମୟ ଅଛି। ଅଫିସର ସତର୍କ ହୋଇଯାଆନ୍ତୁ। କେହି ବର୍ତ୍ତିବେନି ଏଭଳି ଦୁର୍ନୀତି କଲେ। ବନ୍ଧା ହୋଇ ଜେଲ୍ ଯିବା ଥୟ ବୋଲି ଚେତାଇ ଦେଇଛନ୍ତି ମନ୍ତ୍ରୀ ପୁଜାରୀ। ଲୋକେ ବି ଏଥିରେ ସରକାରଙ୍କୁ ସହଯୋଗ କରିବାକୁ ଅପିଲ୍ କରିଛନ୍ତି ମନ୍ତ୍ରୀ। ଲାଞ୍ଚ ଦିଅନ୍ତୁନି। ଲାଞ୍ଚ ନେବା ଯେତେ ବଡ଼ ଅପରାଧ, ଲାଞ୍ଚ ଦେବା ବି ସମପରିମାଣର ଅପରାଧ ବୋଲି ଅପିଲ୍ କରିଛନ୍ତି ରାଜସ୍ୱ ମନ୍ତ୍ରୀ।


Naxatra News is now on Whatsapp
Join and get latest news update delivered to you via whatsapp
Join Now