ପ୍ରେମିକ ସହ ମିଶି ଶ୍ୱଶୁର ଘରେ ଡକାୟତି କରିଥିଲା ବୋହୂ

ପ୍ରେମିକ ପାଇଁ ଚୋର ହେଲେ ଘରର ବୋହୂ। ପ୍ରେମିକ ସହ ମିଶି ଘରେ ଡକାୟତି କରିଥିଲା ବୋହୂ। ଆଉ ଘରୁ ୧୫ ଲକ୍ଷ ଟଙ୍କାର ଗହଣା ଓ ଦେଢ଼ ଲକ୍ଷ ଟଙ୍କାକୁ ଟେକିଦେଇଥିଲା ପ୍ରେମିକ ହାତକୁ। ୟୁପିର ହାପୁଡ଼ରେ ଏଭଳି ଅଭାବନୀୟ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ବୋହୂ ନେହା ଆଗ ଶ୍ୱଶୁରଙ୍କୁ ମିଛ କାହାଣୀ ଶୁଣାଇଥିଲା। କହିଥିଲେ, ଜଣେ ଯୁବକ ଏଲଆଇସି ଏଜେଣ୍ଟ ସାଜି ଘରକୁ ଆସିଥିଲା। ଆଉ ତାଙ୍କୁ ନିଶା ପଦାର୍ଥ ସୁଙ୍ଘାଇ ଘରେ ଚୋରୀ କରିଥିଲା। ଶ୍ୱଶୁରଙ୍କର ବି ଏଥିରେ ଅବିଶ୍ୱାସ କଲା ଭଳି କଥା ନଥିଲା। ଆଉ ଶ୍ୱଶୁରଙ୍କ ହାତରେ ନକଲି ଚୋରୀର ଏତଲା କରାଇଥିଲେ ଥାନାରେ। ଆଉ ତଦନ୍ତରେ ସବୁ କଥା ଧରାପଡ଼ିଯାଇଥିଲା। ସିସିଟିଭି, ଫୋନ ଡିଟେଲ୍ସ ସବୁ କଥାର ପର୍ଦ୍ଦାଫାସ କରିଦେଲା। ପୁଲିସ ଅଭିଯୁକ୍ତ ବୋହୂ ଓ ତାଙ୍କ ପ୍ରେମିକ ନିଗମକୁ ଗିରଫ କରିଛି। ଅଭିଯୁକ୍ତଙ୍କଠୁ ୧୫ଲକ୍ଷ ଟଙ୍କାର ଗହଣା, ଦେଢ଼ ଲକ୍ଷ ଟଙ୍କା ସହ ଘଟଣାରେ ବ୍ୟବହୃତ ମଟର ସାଇକେଲକୁ ଜବତ କରିଛି କୋତଓ୍ୱାଲି ପୁଲିସ। ପୁଲିସ କହିଛି, ଘରେ ଏତେ ବଡ଼ ଧରଣର ଚୋରୀର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ ନେହା ଓରଫ ଅନାମିକା। ଜୁନ୍ ୭ ତାରିଖରେ ଏହି ଡକାୟତି ହୋଇଥିଲା। ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ଏଲଆଇସି ଏଜେଣ୍ଟ ସାଜି ଘରେ ଆସି ବୋହୁ ଅନାମିକା ଓ ପିଲାଙ୍କୁ ନିଶା ପଦାର୍ଥ ସୁଙ୍ଘାଇ ଅଚେତ କରିବା ପରେ ଚୋରୀ କରିଥିଲେ। ଅନାମିକାର ଏ କଥା ଆରମ୍ଭରୁ ପୁଲିସ ସନ୍ଦେହ କରୁଥିଲା। ଆଉ ଶେଷରେ ବୋହୂ ସମେତ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ୪ ବର୍ଷ ଧରି ନିଗମ ସହ ନେହାର ପ୍ରେମସମ୍ପର୍କ ଥିଲା। ଘରୁ ଡକାୟତି କରି ସେହି ଟଙ୍କାରେ ନୂଆ ଜୀବନ ଆରମ୍ଭ କରିବାକୁ କହିଥିଲା ନେହା। ସେଥିଲାଗି ଏଭଳି ଯୋଜନା କରିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *