ଧୋଲେରା ସ୍ମାର୍ଟସିଟି ନାଁରେ ୨୭ଶହ କୋଟିର ଚୂନ- ଦୁଇ ଭାଇ କିଙ୍ଗପିନ୍

ଦିଲ୍ଲୀ ଆକାରର ଦୁଇଗୁଣା। ସାଙ୍ଘାଇର ୬ ଗୁଣା। ମେଗା ସ୍ମାର୍ଟ ସିଟି ଧୋଲେରାକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଏହା ଥିଲା ମୋଦିଙ୍କ ସ୍ୱପ୍ନ। ଧୋଲେରା ସ୍ମାର୍ଟ ସିଟି ପ୍ରୋଜେକ୍ଟ କେନ୍ଦ୍ର ଓ ଗୁଜରାଟ ସରକାରଙ୍କ ଏକ ଜଏଣ୍ଟ ଭେଞ୍ଚୋର ପ୍ରକଳ୍ପ ଅଟେ। ଏହା ଭାରତର ପ୍ରଥମ ଗ୍ରୀନଫିଲ୍ଡ ସ୍ମାର୍ଟ ସହର। ଏହାର ଆକାର ୯୨୦ ବର୍ଗ କିଲୋମିଟର ଅର୍ଥାତ ଦିଲ୍ଲୀର ଦୁଇ ଗୁଣା। ଏଠାରେ ଏକ ଇଣ୍ଟରନାସନାଲ ଏୟାରପୋର୍ଟ ଓ ମଲଟି ନାସନାଲ କମ୍ପାନୀମାନଙ୍କ କାର୍ଯ୍ୟାଳୟ ବି ତିଆରି ହେଉଛି। ୨୦୪୨ ଯାଏ ଏହାକୁ ବିକଶିତ କରିବାର ଯୋଜନା ରହିଛି। ୨୦୦୭ରେ ଏଭଳି କହିଥିଲେ ମୋଦି। ହେଲେ ଏହି ସ୍ମାର୍ଟ ସିଟି ନାଁରେ ୭୦ହଜାର ଲୋକଙ୍କୁ ଚୂନ। ଚୁନ ଲଗାଇଛନ୍ତି ଦୁଇ ଭାଇ। ୨ହଜାର୬୭୬ କୋଟି ଟଙ୍କାର ବଡ଼ ଧରଣର ଠକେଇ ସାମ୍ନାକୁ ଆସିଛି। ମୁଖ୍ୟ କିଙ୍ଗପିନ ରାଜସ୍ଥାନର ଦୁଇ ଭାଇ ସୁବାଷ ବିଜାରାଣିୟା ଓ ରଣବୀର ବିଜାରାଣିୟା। ଦୁଇ ଭାଇ ଠକେଇର ଏମିତି ଜାଲ ବୁଣିଥିଲେ ଯେ, ୭୦ହଜାର ଲୋକ ଫସିଗଲେ। ସିକକ ଜିଲ୍ଲାର ଏ ଦୁଇ ଭାଇ ଅଟନ୍ତି। ନେକ୍ସା ଏଭରଗ୍ରୀନ ନାଁରେ ଏକ କମ୍ପାନୀ ଖୋଲିଥିଲେ। ଆଉ ଗୁଜରାଟର ଧୋଲେରା ସ୍ମାର୍ଟ ସିଟିରେ ନିବେଶ କଲେ ଅଧିକ ରିଟର୍ଣ୍ଣ ଓ ଜମି ମିଳିବ ବୋଲି କହି ଲୋକଙ୍କୁ ଠକିଥିଲେ। ଧୋଲେରା ସହରର ଅଲଗା ଅଲଗା ପ୍ରୋଜେକ୍ଟର ଛବି ଦେଖାଇ ନିବେଶକଙ୍କୁ ଠକିଥିଲେ। ଏହି ପ୍ରୋଜେକ୍ଚରେ ଲେବୁଲ ଇନକମ୍ ଓ ଅନ୍ୟଙ୍କ ନାଁ ରେଫେରେନ୍ସ ପାଇଁ କମିଶନି ଓ ରିଓ୍ୱାର୍ଡର ବ୍ୟବସ୍ଥା ହୋଇଥିଲା। ଏକ ସୀମା ପର୍ଯ୍ୟନ୍ତ ନିବେଶ କଲେ ଲୋକଙ୍କୁ ଲାପଟପ୍, ବାଇକ୍ ଓ କାର ଭଳି ଦାମୀ ଉପହାର ଦେବାକୁ ପ୍ରଲୋଭନ ଦେଖାଇଥିଲେ ଏମାନେ। ନିବେଶକଙ୍କୁ ଅତିରିକ୍ତ କମିଶନ ଦେବାକୁ ବି କଥା ଦେଇଥିଲେ। ଯଦି ନିବେଶକ ନିଜର ୟୁନିକ ଆଇଡି ଜରିଆରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ୍ କରିବେ। କିଛି ଦିନ ତଳେ ଭୁବନେଶ୍ୱରର ଭିଭାନ୍ତା ହୋଟେଲରେ ଧୋଲେରା ସ୍ମାର୍ଟସିଟି ପ୍ରକଳ୍ପ ପାଖରେ ଜମି କିଣିବାକୁ ଅଫର ଦେଇ ଆଉ ଏକ କମ୍ପାନୀ ବେଶ ଜାକଜମକର ଗେଟ୍ ଟୁ ଗେଦର କରିଥିଲା। ତେବେ ଏହାର ସତ୍ୟତା କେତେ ଥିଲା, ତାକୁ ନେଇ ଧୋଲେରା ଯାଇଥିଲା ଓଡ଼ିଶା ବିକାଶ ଅଭିଯାନ। ସ୍ମାର୍ଟସିଟି ବୁଲିବା ସହ କମ୍ପାନୀର କାଗଜପତ୍ର ବି ତଦାରଖ କରିଥିଲ କର୍ମକର୍ତ୍ତା। କିନ୍ତୁ ପୁରା ସନ୍ତୁଷ୍ଟ ନ ହେବାରୁ ଫେରିଆସିଥିଲେ। ହେଲେ ସ୍ମାର୍ଟ ସିଟି ହେଉଛି। ଯାହା ବିଶ୍ୱସ୍ତରୀୟ ଏ କଥା ସତ। କିନ୍ତୁ ଏତେ ବଡ଼ ପ୍ରକଳ୍ପ ନାଁରେ ବି ଲୋକଙ୍କୁ ଠକୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଆକ୍ସନ ହେବା ଦରକାର ଓ ଲୋକେ ବି ପ୍ରଲୋଭନର ପାଲରେ ନ ପଡ଼ନ୍ତୁ ବୋଲି ଅପିଲ୍ କରିଛି ଓଡ଼ିଶା ବିକାଶ ଅଭିଯାନର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସାହୁ। ରଣବୀର ୨୦୧୪ରେ ଧୋଲେରାରେ ଜମି କିଣିଥିଲେ। ଏହା ପରେ ଆର୍ମିରୁ ଅବସର ପରେ ତାଙ୍କ ଭାଇ ସୁବାଷ ବି ୩୦ ଲକ୍ଷ ଟଙ୍କା ଦେଇ ଜମି କିଣିଥିଲେ। ଏହା ପରେ ଦୁଇ ଭାଇ ନେକ୍ସା ଏଭରଗ୍ରୀନ ନାଁରେ କମ୍ପାନୀ ଖୋଲିଲେ। ୨୦୨୧ରେ ଏହାକୁ ଅହମଦାବାଦରେ ପଞ୍ଜୀକୃତ କରିଥିଲେ। କମ୍ପାନୀ ନିଜକୁ ଧୋଲେରା ସ୍ମାର୍ଟ ସିଟି ଯୋଜନାର ଅଂଶ ବୋଲି କହିଲା। ଆଉ ଲୋକଙ୍କୁ କହିଥିଲା ଯେ, ସେମାନଙ୍କ ପାଖରେ ୧୩ଶହ ଏକର ଜମି ଅଛି। ଯାହାକୁ ବିଶ୍ୱସ୍ତରୀୟ କରାଯିବ। ପ୍ରାୟ ୭୦ହଜାର ଲୋକଙ୍କୁ ଫ୍ଲାଟ୍, ପ୍ଲଟ ଓ ନିବେଶ ନାଁରେ ପ୍ରଲୋଭନ ଦେଖାଇଥିଲେ। ଆଉ ବିପୁଳ ଫାଏଦାର ଲୋଭ ଦେଖାଇଥିଲେ। ପୁରା ଦେଶରୁ ୨ହଜାର୬୭୬ କୋଟି ଟଙ୍କା ଆଦାୟ କରିଥିଲେ। ଏହି ଟଙ୍କାରେ ରାଜସ୍ଥାନରେ ଲଗଜରି କାର୍, ଖଣି, ହୋଟେଲ। ଅହମଦାବାଦରେ ଫ୍ଲାଟ୍, ଗୋଆରେ ୨୫ ରିସୋର୍ଟ କିଣିଥିଲେ। ୨୫୦ କୋଟି ଟଙ୍କା ନଗଦ ସହ ବାକି ଟଙ୍କା ୨୭ ନକିଲ କମ୍ପାନୀକୁ ଟ୍ରାନ୍ସଫର କରିଥିଲେ। ଆଉ ତଥାକଥିତ ମହାଠକେଇ ପରେ ଅଫିସ ବନ୍ଦ କରି ଫେରାର୍ ହୋଇଯାଇଛନ୍ତି। ରାଜସ୍ଥାନର ଜୋଧପୁରରେ ଏ ନେଇ ଠକେଇ ମାମଲା ରୁଜୁ ହୋଇଛି ଓ ପୁଲିସ ତଦନ୍ତ କରୁଛି। ଇଡି ବି ନେକ୍ସା ଏଭରଗ୍ରୀନ୍ ଧୋକା ମାମଲାରେ ମନି ଲଣ୍ଡରିଂ ତଦନ୍ତ ଆରମ୍ଭ କରିଛି। ଜୟପୁର, ସିକର, ଝୁଞ୍ଜୁନୁ ଓ ଅହମଦାବାଦର ୨୫ଟି ଜାଗାରେ ଛାନଭିନ୍ ଆରମ୍ଭ କରିଛି ଇଡି। ୨୦୪୨ ଯାଏ ଧୋଲେରା ସ୍ମାର୍ଟସିଟିକୁ ବିକଶିତ କରିବାର ଯୋଜନା ରହିଛି। ଆଉ ଏହି ସ୍ମାର୍ଟସିଟି ପାଖରେ ଜମି ଥିବା କହି ୭୦ହଜାର ଲୋକଙ୍କୁ ଚୂନ ଲଗାଇଛନ୍ତି ଦୁଇ ଭାଇ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *