ବକ୍ସ ଅଫିସରେ ଧୁରନ୍ଧରର ଧମାଲ୍- ଗଲ୍ଫ ଦେଶରେ ବ୍ୟାନ୍

ରଣବୀର ସିଂଙ୍କ ଫିଲ୍ମ ଧୁରନ୍ଧର ବକ୍ସ ଅଫିସରେ ଧମାଲ କଲାଣି। କିନ୍ତୁ ଗଲ୍ଫ ଦେଶରେ ଏହି ଫିଲ୍ମକୁ ବ୍ୟାନ କରାଯାଇଛି। ଏହି ଫିଲ୍ମ ପାକିସ୍ତାନ ବିରୋଧୀ ଦର୍ଶାଇ ଗଲ୍ଫର ୬ଟି ଦେଶ ଫିଲ୍ମକୁ ବ୍ଲାକଆଉଟ୍ ଘୋଷଣା କରିଛନ୍ତି। ଫିଲ୍ମ ରିଲିଜର ପ୍ରଥମ ସପ୍ତାହରେ ହିଁ ଓ୍ୱାର୍ଲଡଓ୍ୱାଇଡ୍ ୩ଶହ କୋଟିରୁ ଅଧିକ ଗ୍ରାଫ୍ କଲେକ୍ସନ କରିସାରିଲାଣି। କେବଳ ଇଣ୍ଡିଆରେ ୨୦୭ କୋଟି ୨୫ଲକ୍ଷର ନେଟ୍ କଲେକ୍ସନ କରିଛି। ଆଦିତ୍ୟ ଧରଙ୍କ ନିର୍ଦେଶିତ ଏହି ଫିଲ୍ମ ମୋଟାମୋଟି ଦେଶ ଓ ଓଭରସିଜ୍ ଦୁଇ ଫର୍ମାଟର ଦର୍ଶକଙ୍କ ଭରପୁର ଆଦର ପାଇଛି। ତେବେ ୬ଟି ଗଳ୍ଫ ଦେଶ ଏହା ଉପରେ ବ୍ୟାନ୍ ଲଗାଇଦେବାରୁ ଓ୍ୱାର୍ଲଡଓ୍ୱାଇଡ୍ କଲେକ୍ସନ ଉପରେ ପ୍ରଭାବ ପଡ଼ିବାର  ଆଶଙ୍କା ରହିଛି। ସାଉଦିଆରବ, ବାହାରିନ, କୁଓ୍ୱେତ, ଓମାନ, କତାର, ଦୁବାଇ ଧୁରନ୍ଧରକୁ ରିଲିଜ କରାଇବାକୁ ଦେଉନାହାନ୍ତି। ବଡ଼ କଥା ହେଲା, ଫିଲ୍ମରେ ଅକ୍ଷୟ ଖାନାଙ୍କ ଭାଇରାଲ ଡ୍ୟାନ୍ସ ସଙ୍ଗ ଫଁସଲା ଅସଲରେ ବାହାରିନର ଗୀତ ଅଟେ। ଦେଖିବାକୁ ଗଲେ ଏହି ଫିଲ୍ମକୁ ପାକିସ୍ତାନ ବିରୋଧୀ ବୋଲି ଗୋଟିଏ ଗୋଷ୍ଠୀ ଦାବି କରୁଛି। ପୂର୍ବରୁ ଏଭଳି ଫିଲ୍ମ ଗଲ୍ଫ ଦେଶରେ ରିଲିଜ୍ ହେବାରେ ଅସଫଳ ହୋଇଥିଲା। କିନ୍ତୁ ଧୁରନ୍ଧର ଟିମ୍ ଭରପୁର ପ୍ରୟାସ କରିଥିଲା ରିଲିଜ ପାଇଁ। ହେଲେ ଗଲ୍ଫ ଦେଶ ଏହାକୁ ଅନୁମତି ଦେଲେନି। ଧୁରନ୍ଧର ଫିଲ୍ମରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ, ଆତଙ୍କିଠିକଣା ଓ ଭାରତ ବିରୁଦ୍ଧରେ ହେଉଥିବା ଷଡ଼ଯନ୍ତ୍ରର ସତକୁ ଦର୍ଶାଯାଇଛି। ବିଶେଷ କରି ଏହି ଫିଲ୍ମରେ ୨୦୦୧ରେ ସଂସଦ ଉପରେ ଆତଙ୍କି ଆକ୍ରମଣ ଓ ୨୦୦୮ରେ ମୁମ୍ୱାଇ ଆତଙ୍କି ଆକ୍ରମଣ ଭଳି ଘଟଣାକୁ ଚିତ୍ରଣ କରାଯାଇଛି। ଧୁରନ୍ଧର ପୂର୍ବରୁ ୨୦୨୪ରେ ହ୍ରିତିକ ଓ ଦୀପିକାଙ୍କ ଅଭିନୀତ ଫାଇଟରକୁ ପ୍ରାରମ୍ଭରୁ କେବଳ ଦୁବାଇରେ ରିଲିଜ ଲାଗି ଅନୁମତି ମିଳିଥିଲା। କିନ୍ତୁ ପରେ ଏହାକୁ ରୋକ୍ ଲଗାଇ ଦିଆଗଲା। ଯଦିଓ ଫିଲ୍ମମେକର୍ସ କିଛି ଆପତ୍ତିଜନକ ସିନ୍ ହଟାଇ ନୂଆ ଭର୍ଜନ ରିଲିଜ କଲେ। କିନ୍ତୁ ତାକୁ ବି ହଟାଇ ଦିଆଯାଇଥିଲା। ଚଳିତ ବର୍ଷ ଆରମ୍ଭରୁ ଅକ୍ଷୟ କୁମାରଙ୍କ ଫିଲ୍ମ ସ୍କାଏ ଫୋର୍ସ ଓ ଜନ୍ ଆବ୍ରାହମଙ୍କ ଫିଲ୍ମ ଦି ଡିପ୍ଲୋମାଟକୁ ଅନେକ ମଧ୍ୟପୂର୍ବୀୟ ଦେଶ ପ୍ରତିବନ୍ଧକ ଲଗାଇଥିଲା। ଆର୍ଟିକିଲ ୩୭୦ ଓ ଟାଇଗର ଥ୍ରୀକୁ ବି ଏଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। କାରଣ ଏ ସବୁ ଫିଲ୍ମରେ ଭାରତ-ପାକିସ୍ତାନ ସହ ଜଡ଼ିତ ଅନେକ ସମ୍ୱେଦନଶୀଳ ମାମଲାକୁ ଆଡ୍ରେସ କରାଯାଇଥିଲା। କୁହାଯାଉଛି, ପାକିସ୍ତାନ ଲାଗି ଧୁରନ୍ଧର ଫିଲ୍ମର ଓ୍ୱାର୍ଲଡଓ୍ୱାଇଡ୍ କଲେକ୍ସନକୁ ପ୍ରଭାବ ପଡ଼ିଛି। ଘରୋଇ ବକ୍ସ ଅଫିସ କଲେକ୍ସନରେ ସିକନ୍ଦର (୧୦୯.୮୩ କୋଟି), ରକି ଔର ରାନିକି ପ୍ରେମ କହାନୀ(୧୫୩.୫୫ କୋଟି). ରେଡ୍ ଟୁ (୧୭୩.୦୫ କୋଟି) ଭଳି ବଡ଼ ବଲିଉଡ୍ ଫିଲ୍ମର ଲାଇଫଟାଇମ୍ କଲେକ୍ସନକୁ ପୂର୍ବରୁ ପଛରେ ପକାଇସାରିଛି। ଧୁରନ୍ଧର ଏକ ଗୁଇନ୍ଦା ଥ୍ରିଲର ଫିଲ୍ଣ ଅଟେ। ଏଥିରେ ରଣବୀର ସିଂ ଲୟାରି ସ୍ଥିତ ଆତଙ୍କି ନେଟଓ୍ୱର୍କରେ ଅନୁପ୍ରବେଶକାରୀ ସାଜି ଭାରତୀୟ ଗୁଇନ୍ଦା ଭୂମିକାରେ ଅଭିନୟ କରିଛନ୍ତି। ଅକ୍ଷୟ ଖାନ୍ନା, ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ୍, ସାରା ଅର୍ଜୁନ ଓ ଆର.ମାଧବନ ବି ଫିଲ୍ମରେ ମହତ୍ତ୍ୱପୂର୍ଣ୍ଣ ରୋଲ୍ କରିଛନ୍ତି। ଫିଲ୍ମର ପାର୍ଟ-ଟୁ ଆସନ୍ତା ବର୍ଷ ମାର୍ଚ୍ଚ ୧୯ରେ ରିଲିଜ ହେବ।


Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *