ଗୋଟିଏ ପୋଷ୍ଟର ଦାମ୍ ୨୫ଲକ୍ଷ- ତଦନ୍ତ କରିବାକୁ ଚିଠି ଲେଖିଲା ଇଡି

ତାମିଲନାଡୁରେ ଟଙ୍କା ବଦଳରେ ଚାକିରୀ ସ୍କାମ୍। ଗୋଟିଏ ପଦବୀର ମୂଲ୍ୟ ୩୫ ଲକ୍ଷ। କ୍ୟାସ୍ ଫର୍ ଜବ୍ ସ୍କାମକୁ ନେଇ ଶେଷରେ ରାଜ୍ୟ ସରକାରଙ୍କୁ ଆଲର୍ଟ କରିଛି ଇଡି। ତାମିଲନାଡ଼ୁ ପୁଲିସକୁ ଇଡି ପଠାଇଥିବା ଚିଠିରେ ଉଲ୍ଲେଖ କରିଛି ଯେ, ୨୦୨୪ରେ ହୋଇଥିବା ପରୀକ୍ଷାରେ ପ୍ରଭାବଶାଳୀ ରାଜନେତା ଓ ତାଙ୍କର ନିକଟତମ ଲୋକ ଚାକିରୀ ଆଶାୟୀଙ୍କଠୁ ୨୫ରୁ ୩୫ ଲକ୍ଷ ଲେଖାଏଁ ଲାଞ୍ଚ ନେଇଛନ୍ତି। ଏହା ସହ ଅଗଷ୍ଟ ୨୦୨୫ରେ ପ୍ରାୟ ୧୫୦ ଆଶାୟୀଙ୍କ ସପକ୍ଷରେ ନିଯୁକ୍ତି ପତ୍ର ଜାରି କରାଯାଇଥିଲା। ଏହାର ଯାଞ୍ଚ କରିବାକୁ ରାଜ୍ୟ ପୁଲିସକୁ ପରାମର୍ଶ ଦେଇଛି ଇଡି। ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅନ୍ନା ୟୁନିଭରସିଟିରେ ଯାଞ୍ଚ କରିବାକୁ ଇଡି ଦାବି କରିଛି। ଏହା ବ୍ୟତୀତ ୨ଶହ ପୃଷ୍ଠାରୁ ଅଧିକ ଦସ୍ତାବିଜ୍ ପୁଲିସକୁ ପଠାଇଛି ଇଡି। ଯେଉଁଠି ଅନେକଙ୍କ ନାଁ ଉଲ୍ଲେଖ ରହିଛି। ଇଡି ଚଳିତ ବର୍ଷ ରେଡ୍ କରିଥିଲା। ଆଉ ରେଡ୍ ଆଧାରରେ ଏକାଠି କରିଥିବା ତଥ୍ୟ ପ୍ରମାଣ ଆଧାରରେ ପୁଲିସକୁ ଚିଠି ଲେଖିଛି। ମଧ୍ୟସ୍ଥିଙ୍କ ଜରିଆରେ ମୋଟା ଅଙ୍କର ଲେନଦେନ ହୋଇଛି। ଏହା ଜରିଆରେ ଆରୋପ ଲଦିଛି ଯେ, MAWS ବା ମ୍ୟୁନିସିପାଲ ଆଡମିନିଷ୍ଟ୍ରେସନ ଆଣ୍ଡ ଓ୍ୱାଟର ସପ୍ଲାଏ ପାଇଁ ୨ହଜାର ୫୩୮ ପଦରେ ଅଧିକାରୀ ଓ ଷ୍ଟାଫଙ୍କ ନିଯୁକ୍ତି ଲାଞ୍ଚ ନେଇ କରାଯାଇଛି। ତେବେ ମ୍ୟୁନିସିପାଲିଟି ସଚିବ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବିନା କୌଣସି ଅନିୟମିତତା ଓ ଦୁର୍ନୀତିରେ ଏ ସବୁ ନିଯୁକ୍ତି ସ୍ୱଛତାର ସହ ଦିଆଯାଇଛି। ୨୫୩୮ ସହକାରୀ ଯନ୍ତ୍ରୀ, ଟାଉନ ପ୍ଲାନିଂ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ସମ୍ପର୍କିତ ଅନିୟମିତତାକୁ ନେଇ ଅଙ୍ଗୁଳି ଉଠାଇଛି ଇଡି। ୨୦୨୪ ଏହି ପଦବୀ ପାଇଁ ୧.୧୨ ଲକ୍ଷ ଆବେଦନକାରୀ ଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *