ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ଏଭଳି ଏକ ମାମଲା ଆସିଛି, ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ସାଂସାରିକ ମୋହମାୟାକୁ ତୁଛ କରି ଗୋଟିଏ ପରିବାର ଏବେ ଆଧ୍ୟାତ୍ମିକ ମାର୍ଗକୁ ବାଛିବାକୁ ନିଷ୍ପତ୍ତି ନେଇଛନ୍ତି। ନଭେମ୍ୱର ୯ରେ ପତି,ପତ୍ନୀ, ପୁଅ ଓ ଝିଅ ସନ୍ୟାସୀ ଜୀବନ ଅତିବାହିତ ପାଇଁ ଦୀକ୍ଷା ନେବେ। ସହରର ଅନାମିକା ଓସଓ୍ୱାଲ, ତାଙ୍କ ସ୍ୱାମୀ ଦିନେଶ କାଙ୍କରିଆ, ଝିଅ ହର୍ଷିତା ଓ ପୁଅ ବିଧାନଙ୍କ ସହ ସନ୍ୟାସୀ ଜୀବନ ଜିଇଁବାକୁ ପଣ କରିଛନ୍ତି। ଝିଅ ହର୍ଷିତା ଡାକ୍ତର ଥିଲା ବେଳେ ପୁଅ ବିଧାନ ଚାଟାର୍ଟ ଆକାଉଣ୍ଟାଣ୍ଟ ପାଠ ପଢ଼ୁଛନ୍ତି। ପରିବାରର ବଡ଼ ଝିଅ ୨୦୨୨ରୁ ଦୀକ୍ଷା ନେଇ ସାଧ୍ୱୀ ଶାଶ୍ୱତ ନିଧି ନାଁରେ ଆତ୍ମସାଧନାର ମାର୍ଗ ବାଛିନେଇଛନ୍ତି। ପୁରା ପରିବାର ପାଖରେ ପ୍ରାୟ ୫କୋଟି ଟଙ୍କାର ସମ୍ପତ୍ତି ଅଛି। କିନ୍ତୁ ଏବେ ଏହି ସମ୍ପତ୍ତି ସେମାନଙ୍କ ଲାଗି ତୁଛ ହୋଇଯାଇଛି। ରବିବାର ହେବ ଦୀକ୍ଷା ସମାରୋହ। ଜୈନ ସମାଜ ଏଭଳି ପଦକ୍ଷେପକୁ ଅଦ୍ୱିତୀୟ ଓ ପ୍ରେରଣାଦାୟୀ କ୍ଷଣ ବୋଲି କହିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now