ଟଙ୍କା ମାଗିବାରୁ ପ୍ରେମିକକୁ ମର୍ଡର କରିଦେଲା ପ୍ରେମିକା

ବିବାହିତା ଗାର୍ଲଫ୍ରେଣ୍ଡକୁ ବିବାହ କରିବାକୁ ଚାପ ପକାଇବା ମହଙ୍ଗା ପଡ଼ିଲା। ଶେଷରେ ପ୍ରେମିକା ଓ ତାର ସ୍ୱାମୀ ହାତରେ ଜୀବନ ଗଲା ଯୁବକର। ୟୁପିର ହଲଦୋନିର ବନଭୁଲପୁରାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗାଁର ତରୁଣ ସିଂ ରାଓ୍ୱତଙ୍କ ହତ୍ୟାକାଣ୍ଡ ମାମଲାରେ ତାର ବିବାହିତା ପ୍ରେମିକା ଗୀତା ଓ ସ୍ୱାମୀ ଅନୀଲ ସାହୁଙ୍କୁ ଗିରଫ କରିଛି ପୁଲିସ। ଗୀତା ଓ ତରୁଣଙ୍କ ଭିତରେ ଅନ୍ତରଙ୍ଗ ସମ୍ପର୍କ ଥିଲା। ଲଭ୍ ଆଫାୟାର ଥିବାରୁ ଗୀତାକୁ ବିବାହ କରିବାକୁ ଚାପ ପକାଇଆସୁଥିଲା ତରୁଣ। ନିଜ ସ୍ୱାମୀ ଅନୀଲଠୁ ଛାଡ଼ପତ୍ର ନେଇ ତା ସହ ବାହା ହେବାକୁ ବାଧ୍ୟ କରୁଥିଲା ଗୀତାକୁ। କିନ୍ତୁ ଗୀତା ନିଜ ସଂସାର ଭାଙ୍ଗିବାକୁ ଚାହୁଁନଥିଲା। ଅବିବାହିତ ତରୁଣ ନିଜ ବିବାହିତା ପ୍ରେମିକା ପାଇଁ ପ୍ରତିମାସରେ ହଜାର ହଜାର ଟଙ୍କା ଉଡ଼ାଉଥିଲା। ତରୁଣ ଯେତେବେଳେ ସୀମା ପାର୍ କରିଗଲା। ଆଉ ବାହା ହେବା ଜିଦରେ ଅଡ଼ିବସିଲା। ଯଦି ବାହାହେବନି, ଗୀତା ପାଇଁ ଖର୍ଚ୍ଚ କରିଥିବା ସବୁ ଟଙ୍କା ଫେରାଇବାକୁ ଧମକ ଦେଇଥିଲା। ତାକୁ ସବୁଦିନ ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର କରିଥିଲା ଗୀତା। ରାତିରେ ନିଜର ପିଲାଙ୍କୁ ଆଇ ଘରକୁ ଜାଣିଶୁଣି ପଠାଇଦେଇଥିଲା ଗୀତା। ରାତିରେ ତାକୁ ଭେଟିବାକୁ ବାହାନାରେ ଡାକିଥିଲା। ଘରେ କେହି ନାହାନ୍ତି। ଶାରୀରିକ ସମ୍ପର୍କ ରଖିବା ଆଳରେ ଡାକିଥିଲା। ସେ ଅନୀଲଠୁ ନେଇଥିବା ଟଙ୍କା ଫେରାଇଦେବ ବୋଲି ବି କହିଥିଲା। ରାତିରେ ଘର ବାଲକୋନିରେ ପଡ଼ିଥିବା ପ୍ରେମିକାର ବେଡରେ ହିଁ ଶୋଇପଡ଼ିଲା ତରୁଣ। ଆଉ ଗଭୀର ନିଦରେ ଶୋଇପଡ଼ିବା ପରେ ଏହା ଯେମିତି ଶେଷ ରାତି ଥିଲା ତରୁଣ ଲାଗି। ଗୀତା ଓ ତା ସ୍ୱାମୀ ଅନୀଲ ତରୁଣର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଦେଲେ। ଦୃଶ୍ୟମ ଫିଲ୍ମ ଢଙ୍ଗରେ ଦୁହେଁ ମୃତଦେହକୁ ଠିକଣା ବି ଲଗାଇଦେଇଥିଲେ। କିନ୍ତୁ ଏତଲା ପରେ ଦୁହିଁଙ୍କ କାରନାମା ଧରାପଡ଼ିଯାଇଥିଲା। ପୁଲିସ ଗୀତା ଓ ଅନୀଲଙ୍କୁ ଗିରଫ କରିଛି। ଗୀତା କହିଛି, ସେ ଟଙ୍କା ଲୋଭରେ ତରୁଣ ସହ ସମ୍ପର୍କ ରଖିଥିଲା। ଆଉ ସେ କହିବା ମାତ୍ରେ ତରୁଣ ବି ତା ଉପରେ ଅଜସ୍ର ଟଙ୍କା ଖର୍ଚ୍ଚ କରେ। ଏହି ଟଙ୍କାରୁ ଉଭୟ ପତି ପତ୍ନୀ ବେଶ୍ ଫାଏଦା ମାରୁଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *