ଏୟାରପୋର୍ଟରେ ହ୍ୱିଲଚେୟାର ସେବା ଏଣିକି ମାଗଣା ମିଳିବନି। ଏଥିଲାଗି ଟଙ୍କା ଦେବାକୁ ପଡ଼ିବ। ଡିଜିସିଏ ନୂଆ ନିୟମ ଆଣିଛି। ହ୍ୱିଲଚେୟାର ବ୍ୟବହାର କଲେ ଏୟାରଲାଇନ୍ସ ଟଙ୍କା ଅସୁଲ କରିବ। ଯେଉଁ ଯାତ୍ରୀ ପୁରା ସୁସ୍ଥ। ତା ସତ୍ତ୍ୱେ ହ୍ୱିଲଚେୟାରର ସୁବିଧା ନେବାକୁ ଚାହୁଁଛନ୍ତି, ସେମାନଙ୍କ ପକେଟ ଉପରେ ଏବେ ପଡ଼ିବ ପ୍ରଭାବ। ଦିବ୍ୟାଙ୍ଗ ହୋଇନଥିଲେ କି ଚାଲିବା ବୁଲିବାକୁ ସମସ୍ୟା ନଥାଇ ବି ଅନେକ ଜାଣିଶୁଣି ହ୍ୱିଲଚେୟାରର ସୁୂବିଧା ନେଇଥାଆନ୍ତି। ଆଉ ଏଭଳି ଯାତ୍ରୀଙ୍କୁ ଏଣିକି ଏହି ସେବା ପାଇବାକୁ ଟଙ୍କା ଗଣିବାକୁ ପଡ଼ିବ। ଏଭଳି ଯାତ୍ରୀଙ୍କ ଲାଗି ବାସ୍ତବରେ ଯେଉଁମାନଙ୍କୁ ହ୍ୱିଲଚେୟାର ଜରୁରୀ, ସେମାନେ ବଞ୍ଚିତ ହୋଇଥାଆନ୍ତି। ଏହାକୁ ନଜରରେ ରଖି ସିଭିଲ୍ ଆଭିଏସନ ରିକ୍ୱାରମେଣ୍ଟ ବା ସିଏଆର ନିୟମରେ ସଂଶୋଧନ କରିଛି ଡିଜିସିଏ। କେତେ ଶୁଳ୍କ ଦେବାକୁ ପଡ଼ିବ, ଏୟାରଲାଇନ୍ସ ନିଜ ଓ୍ୱେବସାଇଟରେ ସ୍ପଷ୍ଟ ରୂପରେ ପ୍ରଦର୍ଶିତ କରିବ। କାରଣ ଯାତ୍ରୀଙ୍କୁ ଏ ବାବଦରେ ଯଥେଷ୍ଟ ପୂର୍ବରୁ ଅବଗତ ରଖିବା ଜରୁରୀ। ଯାତ୍ରୀଙ୍କୁ ଯଦି ହ୍ୱିଲଚେୟାରର ସୁବିଧା ନେବାକୁ ପଡ଼େ, ଉଡ଼ାଣ ପୂର୍ବରୁ ଏୟାରପୋର୍ଟରେ ପହଞ୍ଚିବାକୁ ପଡ଼ିବ। ଏୟାରଲାଇନ୍ସ ନିଜ ସୁବିଧା ଅନୁସାରେ ସର୍ବନିମ୍ନ ରିପୋର୍ଟିଂ ଟାଇମ୍ ସ୍ଥିର କରିପାରିବ। ଫଳରେ ସଠିକ୍ ସମୟରେ ସହାୟତା ଉପଲବ୍ଧ କରିପାରିବ। ଦିବ୍ୟାଙ୍ଗ ଓ ଚଲାବୁଲା ଲାଗି ଅସୁବିଧା ଭୋଗୁଥିବା ଯାତ୍ରୀଙ୍କ ଲାଗି ପୂର୍ବଭଳି ହ୍ୱିଲଚେୟାର ସେବା ମାଗଣାରେ ମିଳିବ। ଏୟାରଲାଇନ୍ସକୁ ସ୍ଥିର କରିବାକୁ ପଡ଼ିବ ଯେ, ଏଭଳି ଯାତ୍ରୀଙ୍କୁ ପ୍ରାଥମିକତା ଦେଇ ଏମାନଙ୍କୁ ସମସ୍ତ ସୁବିଧା ଯୋଗାଇବା। କିଛି ଦିନ ଧରି ଏୟାରଲାଇନ୍ସ ଓ ଏୟାରପୋର୍ଟ ଅପରେଟର୍ସଙ୍କ ପାଖରେ ହ୍ୱିଲଚେୟାର ବୁକିଂକୁ ନେଇ ଅନେକ ଅଭିଯୋଗ ଆସୁଥିଲା। ଦିବ୍ୟାଙ୍ଗ ଯାତ୍ରୀଙ୍କୁ ସମୟ ଅନୁସାରେ ସେବା ମିଳିପାରୁନଥିଲା। କାରଣ ଅନେକ ସକ୍ଷମ ଯାତ୍ରୀ ଏହି ସେବା ନେଉଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now