ଜିଏସଟିର ମ୍ୟାଜିକ୍- ସୁଜୁକି ଓ ହ୍ୟୁଣ୍ଡାଇର ରେକର୍ଡ ବିକ୍ରି

ରେକର୍ଡ ଭାଙ୍ଗିଲା ମାରୁତି ସୁଜୁକି। ଗଲା ୩୫ ବର୍ଷ ଭିତରେ ଗୋଟିଏ ଦିନରେ ଏତେ କାର୍ ବିକ୍ରି ହୋଇନଥିଲା। ଜିଏସଟି ହ୍ରାସ ପରେ ଗୋଟିଏ ଦିନରେ ୩୦ହଜାର କାର୍ ବିକ୍ରି କରିଛି କମ୍ପାନୀ। ନବରାତ୍ରି ଉପଲକ୍ଷେ ଓ ତା ସାଙ୍ଗକୁ ଜିଏସଟି ହ୍ରାସ ହେତୁ ୨୨ ତାରିଖକୁ ଟାର୍ଗେଟ ରଖି ଗଲା ସେପ୍ଟେମ୍ୱର ୧୮ରୁ ଦୈନିକ ୧୫ହଜାର ବୁକିଂ ସହ ୮୦ହଜାର ଇନକ୍ୱାରୀ ଥିଲା। ଏହା ପଛରେ ହ୍ଯୁଣ୍ଡାଇ ବି ବିକ୍ରିରେ ହିଟ୍ କରିଛି। ୧୧ହଜାର ଡିଲର ବିଲିଂ ହୋଇଛି। ଯାହାକି ଗଲା ୫ ବର୍ଷରେ ସର୍ବାଧିକ। ଜିଏସଟି-୨ର ଏହା ମ୍ଯାଜିକ୍ ବୋଲି କୁହାଯାଉଛି। ଅଟୋ ସେକ୍ଟରରେ ଜିଏସଟିର ଏମିତି ବଡ଼ ପ୍ରଭାବ ଦେଖିବାକୁ ମିଳିଛି। ସୁଜୁକି ଓ ହ୍ୟୁଣ୍ଡାଇ ସୋମବାର ବିକ୍ରିର ସମସ୍ତ ରେକର୍ଡ ଭାଙ୍ଗିଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *