ଅଗଷ୍ଟ ପହିଲାରୁ ପଶ୍ଚିମବଙ୍ଗରେ ପୁଣି ଆରମ୍ଭ ହେବ ମନରେଗା ଯୋଜନା। କୋଲକାତା ହାଇକୋର୍ଟ କେନ୍ଦ୍ରକୁ ଏ ନିର୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ଏହି ସ୍କିମ ସ୍ଥଗିତ ଥିଲା। ଅଦାଲତ କହିଛନ୍ତି, ବିଶେଷ ସର୍ତ୍ତ, ପ୍ରତିବନ୍ଧ ଓ ନିୟମ ଲାଗୁର ଅଧିକାର କେନ୍ଦ୍ରର ରହିଛି। ଯାହାକୁ ଦେଶର ଅନ୍ୟ ରାଜ୍ୟରେ ଲାଗୁ କରାଯାଇନି। ରାଜ୍ୟରେ କୌଣସି ଯୋଜନାର କ୍ରିୟାନ୍ୱୟନ ବେଳେ ଯେମିତି ବେଆଇନ କି ଅନିୟମିତତା ହେବନି। ମୁଖ୍ୟ ବିଚାରପତି ଜଷ୍ଟି, ଟିଏସ ଶିବଗଣନମ ଓ ଜଷ୍ଟିସ ଚୈତାଲି ଚାଟାର୍ଜୀଙ୍କ ଖଣ୍ଡପୀଠ କହିଛନ୍ତି, ରାଜ୍ୟର କିଛି ଜିଲ୍ଲାରେ ଅନିୟମିତତା ଆରୋପର ତଦନ୍ତ ଜାରି ରହୁ। କେନ୍ଦ୍ର ଯାହା କରିବା କଥା କରୁ। କିନ୍ତୁ ଅଗଷ୍ଟ ପହିଲାରୁ ଏହି ସ୍କିମକୁ ବଙ୍ଗରେ ପୁଣି ଲାଗୁ କରାଯିବା ଦରକାର। ୩ ବର୍ଷ ପୂର୍ବରୁ ଯେଉଁ ଅନିୟମିତତା ହୋଇଥିଲା, ତାହାର ଯେଭଳି ପୁନରାବୃତ୍ତି ନହେବ, ତାକୁ ସୁନିଶ୍ଚିତ କରିବା ସରକାରଙ୍କ କାମ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ମନରେଗାରେ ମଜୁରି ଆବଣ୍ଟନରେ ଅନିୟମିତତା ହୋଇଥିଲା। ଅନିୟମିତତା ଆରୋପକୁ ନେଇ କାର୍ଯ୍ୟାନୁଷ୍ଠାନ ହୋଇଛି। ଟଙ୍କା ରିକଭରି କରି ଏହି ରାଶିକୁ ରାଜ୍ୟ ନୋଡାଲ ଏଜେନ୍ସି ଆକାଉଣ୍ଟରେ ବି ରଖାସରିଛି। ସେଥିଲାଗି ସ୍ଥଗିତ ଥିବା ଏହି ସ୍କିମକୁ ତୁରନ୍ତ ଲାଗୁ କରାଯାଉ। ଏହା ସହ ଅଦାଲତ କହିଛନ୍ତି, ଅବୈଧ ଭାବେ ଯୋଜନାରୁ ଫାଏଦା ଉଠାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ବିନା ଦଣ୍ଡରେ ଛଡ଼ାଯାଇପାରିବନି। କେନ୍ଦ୍ର ପାଖରେ ପାରିଶ୍ରମିକ ବିତରଣରେ ହୋଇଥିବା ଅନିୟମିତତା ଓ ବେଆଇନ କାମର ଯାଞ୍ଚ ଲାଗି ପର୍ଯ୍ୟାପ୍ତ କ୍ଷମତା ରହିଛି।


Naxatra News is now on Whatsapp
Join and get latest news update delivered to you via whatsapp
Join Now