ଜାତୀୟ

ଯୋଶୀମଠରେ ବଢୁଛି ବିପଦ

() ଦବୁଛି ଯୋଶୀମଠ। ମାଟିରେ ମିଶିବ ଯୋଶୀମଠର ଦୁଇଟି ହୋଟେଲ। ଦବିବାକୁ ଯାଉଥିବା ଉତ୍ତରାଖଣ୍ଡର ଯୋଶୀମଠ ସହରରେ ଥିବା ବିପଦସଙ୍କୁଳ ହୋଟେଲଗୁଡିକ ସାତ ଦିନ ମଧ୍ୟରେ ଭଙ୍ଗାଯିବ। ପୂର୍ବରୁ କ୍ଷତିପୂରଣକୁ ନେଇ ହୋଟେଲ ଭାଙ୍ଗିବା କାମ ଅଧାରେ ଅଟକି ରହିଥିବାବେଳେ ଆଜି ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମେ ମଲାରୀ ଇନ ହୋଟେଲକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି। ସେପଟେ ଯୋଶୀମଠ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୃହ ମନ୍ତ୍ରଣାଳୟକୁ ନେଇ ସମୀକ୍ଷା ବୈଠକ ଡକାଇଛନ୍ତି।

ଯୋଶୀମଠରେ ବଢୁଛି ବିପଦ। ଯୋଶୀମଠରେ ଏସଡିଆରଏଫ୍ ଓ ଏନଡିଆରଏଫ୍ କର୍ମଚାରୀଙ୍କ ତତ୍ପରତା। ସ୍ଥାନୀୟ ଲୋକଙ୍କ ବିରୋଧ ମଧ୍ୟରେ ହୋଟେଲ ଭାଙ୍ଗିବା ଅଭିଯାନ ଜାରି। ଦୁଇଟି ହୋଟେଲକୁ ଭାଙ୍ଗିବାକୁ ଆରମ୍ଭ ହୋଇଛି ପ୍ରକ୍ରୀୟା। ପ୍ରଥମେ ମଲାରୀ ଇନ ହୋଟେଲକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି। ପୋଲିସର ଉପସ୍ଥିତିରେ ଏସଡିଆରଏଫ୍ ଓ ଏନଡିଆରଏଫ୍ ଟିମ୍ ପହଞ୍ଚିଛନ୍ତି। ପୂର୍ବରୁ କ୍ଷତିପୂରଣକୁ ନେଇ ହୋଟେଲ ଭାଙ୍ଗିବା କାମ ଅଧାରେ ଅଟକି ରହିଥିବାବେଳେ ଆଜି ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଯୋଶୀମଠର ନରସିଂହ ମନ୍ଦିର ପରିଦର୍ଶନ କରି ରାଜ୍ୟର ସୁରକ୍ଷା ତଥା ସଙ୍କଟର ସମାଧାନ ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଲୋକଙ୍କ କ୍ରୋଧ ମଧ୍ୟରେ ପ୍ରଭାବିତ ପରିବାରଙ୍କୁ ଭେଟିଥିଲେ। ପ୍ରଭାବିତ ପରିବାରକୁ ରିଲିଫ୍ ଯୋଗାଇନେବା ସରକାରଙ୍କ ପ୍ରାଥମିକତା ବୋଲି କହିଥିଲେ ଧାମୀ। ଯୋଶୀମଠରେ ଅଧିକାରୀଙ୍କ ସହ ନିରନ୍ତର ବୈଠକ କରିଥିଲେ ଧାମୀ। ବୈଠକରେ ଯୋଶୀମଠ ବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହାସହ ରେଡ୍ ଜୋନରେ ଥିବା ଘରଗୁଡିକୁ ଭାଙ୍ଗିବାକୁ କୁହାଯାଇଥିଲା। କିନ୍ତୁ ଲୋକଙ୍କ ବିରୋଧକୁ ଦୃଷ୍ଟିରେ ରଖି ସରକାର କେବଳ ହୋଟେଲ ଗୁଡିକୁ ଭାଙ୍ଗିବାକୁ ପରାମର୍ଶ ଦେଇଛନ୍ତି। ଏହାସହ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଧାମୀ ସରକାର।

ସେପଟେ ଯୋଶୀମଠ ଭୂସ୍ଖଳନ ଘଟଣାକୁ ନେଇ ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ଲାଗି ରହିଛି ଅସନ୍ତୋଷ। ସ୍ଥାନୀୟ ବାସିନ୍ଦାଙ୍କ ଉପଯୁକ୍ତ କ୍ଷତିପୂରଣ ଦାବିକୁ ନେଇ ସରକାର ଓ ପ୍ରଭାବିତ ଲୋକଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ସିଏମ୍ ପୁଷ୍କର ସିଂହ ଧାମୀଙ୍କ ବିରୋଧରେ ଲୋକମାନେ ନାରାବାଜି କରିବା ସହ ଧାମୀ ସରକାର ମୁର୍ଦାବାଦ ସ୍ଲୋଗାନ ଦେଇଛନ୍ତି। ହୋଟେଲରୁ ଅନେକ ଲୋକ ଜୀବନ ଜୀବିକା ନିର୍ବାହ କରୁଥିବାରୁ, ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ବିକ୍ଷୋଭକାରୀ। ଯୋଶୀମଠରେ ସମୁଦାୟ ୭ଟି ହୋଟେଲ ରହିଛି। ସେଥିମଧ୍ୟରୁ ଦୁଇଟି ହୋଟେଲ, ମାଉଣ୍ଟ ଭ୍ୟୁ ଏବଂ ମଲ୍ଲାରୀ ହୋଟେଲକୁ ଭାଙ୍ଗିବାକୁ ପ୍ରକ୍ରୀୟା ଆରମ୍ଭ ହୋଇଛି।

ଅନ୍ୟପଟେ ଖରାପ ପାଗ ଯୋଶୀମଠ ବାସୀଙ୍କ ଚିନ୍ତା ବଢାଇଦେଇଥିବା ବେଳେ ଯୋଶୀମଠ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୃହ ମନ୍ତ୍ରଣାଳୟକୁ ନେଇ ସମୀକ୍ଷା ବୈଠକ ଡକାଇଥିଲେ। ୫ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ବୈଠକରେ ଗୃହମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଗଜେନ୍ଦ୍ର ଶେଖାୱତ, ଭୂପେନ୍ଦ୍ର ଯାଦବଙ୍କ ସମେତ ଆର.କେ ସିଂହ ଉପସ୍ଥିତ ଥିଲେ। ବୈଠକରେ ଯୋଶୀମଠର ସ୍ଥିତି ଉପରେ ଆଲୋଚନା ହୋଇଥିଲା। ବର୍ତ୍ତମାନ ପରିସ୍ଥିତିରେ ସେଠାରୁ କିଭଳି ଲୋକମାନଙ୍କୁ ଉଦ୍ଧାର କରାଯିବ ଏବଂ କିପରି ରିଲିଫ୍ ଯୋଗାଇ ଦିଆଯିବ ତାହା ଉପରେ ଆଲୋଚନା ହୋଇଥିଲା। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ମଧ୍ୟ ସ୍ଥିତି ଉପରେ ନଜର ରଖୁଛନ୍ତି। ଯୋଶୀମଠ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ।

ପ୍ରେମଲତା ବାରିକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button