ଚର୍ଚ୍ଚାରେ ବିହାର ବାବୁଙ୍କ ବିଦେଶ ବୁଲା

ବିହାରର ୧୭ ଆଇଏଏସ- ଆଇପିଏସ ନୂଆ ବର୍ଷ ଛୁଟି କାଟିବାକୁ ଲମ୍ୱା ଛୁଟିରେ। ତା ପୁଣି ବିଦେଶରେ। ଛୁଟି ନେଇଥିବା ଅଧିକାଂଶ ଯୁବ ଅଧିକାରୀ ଅଟନ୍ତି। ସମସ୍ତେ ବିହାର କ୍ୟାଡ଼ରର। ବିଦେଶ ଟ୍ରିପ୍  ସର୍ବନିମ୍ନ ୨୭ ଦିନରୁ ନେଇ ସର୍ବାଧିକ ୪୨ ଦିନ ଯାଏ ନେଇଛନ୍ତି। ସାନ ଫ୍ରାନସିସକୋ, ଇଣ୍ଡୋନେସିଆ, ତୁର୍କୀ ଓ  ସାଉଥ-ଇଷ୍ଟ ଏରିଆକୁ ଯିବାକୁ ଏମାନଙ୍କ ଛୁଟି ମଞ୍ଜୁର ହୋଇଛି। ୧୨ ଆଇଏଏସଙ୍କ ଭିତରୁ ୫ ଆଇଏଏସ ଆମେରିକା ଯାଇଛନ୍ତି। ୪ ଆଇଏଏସ ଇଣ୍ଡୋନେସିଆ ଯାଇଛନ୍ତି। ଏହା ସହ ମସ୍କଟ, ଅଷ୍ଟ୍ରେଲିଆ, କୁର୍କୀର ଇସ୍ତାନବୁଲ୍, ଶ୍ରୀଲଙ୍କା, ମାଲୟସିଆ ଓ ସିଙ୍ଗାପୁରକୁ ଟ୍ରାଭେଲ ଲିଷ୍ଟରେ ସାମିଲ୍ କରିଛନ୍ତି। କିଛି ଅଧିକାରୀଙ୍କ ଗୋଟିଏ ଟ୍ରିପରେ ଦୁଇରୁ ତିନି ଦେଶ ଭିଜିଟ କରିବାର ପ୍ଲାନ ରହିଛି। ସେପଟେ ଅଧିକାରୀଙ୍କ ଏଭଳି ବିଦେଶ ବୁଲାକୁ ନେଇ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି।କାରଣ ନିକଟରେ ବିହାର ଓ ଝାଡ଼ଖଣ୍ଡରେ କିଛି ଆଇଏଏସ ଅଧିକାରୀଙ୍କ ବିଦେଶ ବୁଲା ଟଙ୍କା ଠିକାଦାର ବହନ କରିଥିବା ଚର୍ଚ୍ଚା ହୋଇଥିଲା। ପାଟଣାର ଠିକାଦାର ରିଶୁ ଶ୍ରୀଙ୍କ ଦ୍ୱାରା ଦୁଇ ଆଇଏଏସ ଅଧିକାରୀ ଯୋଗେଶ ସାଗର ଓ ଅଭିଳାଷା ଶର୍ମାଙ୍କୁ ୟୁରୋପ ବୁଲାଇବା ମାମଲାର ଯାଞ୍ଚ ଚାଲିଛି। ଟେଣ୍ଡର ଦେବା ବଦଳରେ କୁଆଡ଼େ ରିଶୁ ଏହି ଦୁଇ ଅଧିକାରୀଙ୍କ ଫ୍ୟାମିଲିକୁ ବିଦେଶ ଟ୍ରିପର ସମସ୍ତ ଖର୍ଚ୍ଚ ଉଠାଇଥିଲେ ବୋଲି ଆରୋପ ରହିଛି। ଝାଡ଼ଖଣ୍ଡରେ ନିଲମ୍ୱିତ ଆଇଏଏସ ବିନୟ କୁମାର ଚୌବେ ଓ ତାଙ୍କ ପତ୍ନୀ ସ୍ୱପ୍ରା ସଞ୍ଚିତାଙ୍କୁ ୨୦୧୭ରୁ ୨୦୨୪ ଭିତରେ ବିଦେଶ ଯାତ୍ରାର ଯାଞ୍ଚ ଏସିବି କରୁଛି। ଯେଉଁଥିରେ କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *