୮୨୭ କୋଟି ଟଙ୍କା ଫେରସ୍ତ କଲା ଇଣ୍ଡିଗୋ। ଆଉ ବାକି ବିମାନ ବାତିଲ୍ ଲାଗି ପ୍ରୋସେସ୍ ଆରମ୍ଭ କରିଛି। ଯାହା ଡିସେମ୍ୱର ୧୫ ଯାଏ ହୋଇଛି। ୪୫୦୦ ବ୍ୟାଗକୁ କଷ୍ଟମରଙ୍କୁ ଫେରାଇ ଦିଆଯାଇଛି। ଆଉ ବାକି ବ୍ୟାଗେଜ୍ ଆସନ୍ତା ୩୬ ଘଣ୍ଟାରେ ଟ୍ରାକିଂ କରି ଫେରାଇବାକୁ କଥା ଦେଇଛି ଇଣ୍ଡିଗୋ। ଆଜି ୧୮ଶହ ଫ୍ଲାଇଟ୍ ଅପରସେନ ସ୍ୱାଭାବିକ ହୋଇଛି ବୋଲି ଦାବି କରିଛି ଇଣ୍ଡିଗୋ। ସମୟ ଅନୁସାରେ ୯୦ ପ୍ରତିଶତ ଫ୍ଲାଇଟ୍ ଉଡ଼ାଣ କରିଛି। ନେଟଓ୍ୱର୍କ କଭରେଜ୍ ପୁରା ସମ୍ପୂର୍ଣ୍ଣ ହୋଇଛି। ଆଜିକାର ସିଡ୍ୟୁଲ ହୋଇଥିବା ବିମାନକୁ ଗତକାଲିଠୁ ବାତିଲ୍ କରାଯାଇଥିଲା। ଆଉ କଷ୍ଟମରଙ୍କୁ ଆଗୁଆ ସୂଚନା ଦିଆଯାଇଛି। ଡିସେମ୍ୱର ପହିଲାରୁ ୭ ତାରିଖ ଯାଏ ଏୟାରପୋର୍ଟରେ ଫସିଥିବା ଯାତ୍ରୀଙ୍କୁ ହୋଟେଲ ରୁମ୍ ଓ ଏୟାରପୋର୍ଟକୁ ଟ୍ରାନ୍ସପୋର୍ଟ ଖର୍ଚ୍ଚ ବହନ କରିଛି ବୋଲି ପ୍ରେସରିଲିଜରେ କହିଛି ଇଣ୍ଡିଗୋ। ୯୫୦୦ ହୋଟେଲ ରୁମ୍ ଓ ପ୍ରାୟ ୧୦ହଜାର କ୍ୟାବ ଓ ବସ୍ ରେ ଯାତ୍ରୀଙ୍କ ରହଣୀ ଓ ଯାତାୟତ ଖର୍ଚ୍ଚ ଉଠାଇଛି। ବିଭିନ୍ନ କମ୍ୟୁନିକେସନ ଚାନେଲ ଜରିଆରେ ୨ଲକ୍ଷରୁ ଅଧିକ କଷ୍ଟମରଙ୍କୁ ଯୋଗାଯୋଗ କରାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now