ବଢ଼ିଲା ଆଇଟିଆର ଫାଇଲିଂ ଡେଟଲାଇନ..

ଆଇଟିଆର ଫାଇଲିଂ ତାରିଖ ବଢ଼ିଲା। ଜୁଲାଇ ୩୧ ଥିଲା ଶେଷ ତାରିଖ। ଏବେ ସେପ୍ଟେମ୍ୱର ୧୫କୁ ବୃଦ୍ଧି କରାଗଲା। ସିବିଡିଟି ଏହି ଅବଧି ବଢ଼ାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଏହି ଡେଟଲାଇନ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ସମୟ ସମସ୍ତଙ୍କୁ ଆୟକର ରିଟର୍ଣ୍ଣ ଫାଇଲ୍ ଲାଗି ପର୍ଯ୍ୟାପ୍ତ ସମୟ ଓ ଠିକ୍ ଫାଇଲିଂ ଲାଗି ସୁଯୋଗ ଦେବ। ଟିଡିଏସ ଷ୍ଟେଟମେଣ୍ଟରୁ କ୍ରେଡିଟ୍ ପାଇବା ନେଇ ମେ ୩୧ରେ ଫାଇଲିଂର ଡେଟଲାଇନ ଥିଲା। ତାକୁ ବି ବଢ଼ାଇ ଦିଆଯାଇଛି। ଏହା ଜୁନ ପ୍ରଥମ ସପ୍ତାହ ସୁଦ୍ଧା ଆକାଉଣ୍ଟରେ ଏହା ରିଫ୍ଲେକ୍ଟ କରିବ। ଆଇଟିଆର ଦାଖଲ କରିବା ପ୍ରକ୍ରିୟା ଏପ୍ରିଲ ପହିଲାରୁ ଆରମ୍ଭ ହୁଏ। ସମସ୍ତ କରଦାତାଙ୍କ ଲାଗି ଏହା ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ଅଟେ। ଆୟର ସମସ୍ତ ଉତ୍ସ ଘୋଷଣା, ଯୋଗ୍ୟ ରିହାତିର ଦାବି କରିବା ଓ ଆୟକର ବିଭାଗକୁ ସଠିକ୍ କର ଦେବ ରିପୋର୍ଟ ସୁନିଶ୍ଚିତ କରାଯାଏ। ଅଣ ଅଡିଟ୍ କରଦାତାଙ୍କ ଲାଗି ଅନ୍ତିମ ତାରିଖ ଜୁଲାଇ ୩୧ ଥିଲା। ଏହି ତାରିଖ ଭିତରେ କର ନ ଭରିଲେ ଜରିମାନା ଓ ସୁଧ ଲାଗିଥାଆନ୍ତା। ଯଦିଓ ବିଳମ୍ୱିତ ଓ ସଂଶୋଧିତ ଫାଇଲିଂ ଲାଗି ପ୍ରାବଧାନ ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *