ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଦେଶର ସବୁଠୁ ବିଶ୍ୱସନୀୟ ବିଶ୍ୱସନୀୟ ଇ ନିଲାମୀ ସେବା ଏମଏସଟିସି ପ୍ଲାଟଫର୍ମରେ ବଡ଼ ଓ ଯୋଜନାବଦ୍ଧ ଜାଲିଆତିର ଖୁଲାସା ହୋଇଛି। ଜୋଧପୁରର ଫାର୍ମ ସୁରଜ ଏଣ୍ଟରପ୍ରାଇଜ୍ ଅଭିଯୋଗ କରିଛି ଯେ, ଇନ୍ଦୋରର ପେଗାସସ ଇନଲ୍ୟାଣ୍ଡ କଣ୍ଟେନର ଡିପୋ ପ୍ରାଇଭେଟ୍ ଲିମିଟେଡ୍ ତାଙ୍କୁ ଅନଲାଇନ ନିଲାମୀରେ ଷ୍ଟେନଲେସ ଷ୍ଟିଲ୍ ସ୍କ୍ରାପ୍ ନାଁରେ ଧାତୁର ଅବଶିଷ୍ଟାଂଶ ବିକ୍ରି କରି ପ୍ରାୟ ୨୦ଲକ୍ଷ ଟଙ୍କା ଠକିଛି। ଏମଏସଟିସି ଏକ ମିନି ରତ୍ନ କମ୍ପାନୀ ଅଟେ। ଯିଏ ଇ-କମର୍ସର ବଡ଼ ପ୍ଲାଟଫର୍ମ ଅଟେ। ଯାହା ଏବେ ଯାଏଁ ୪ଲକ୍ଷରୁ ଅଧିକ ନିଲାମୀ କରିସାରିଛି। ଏହି ମାମଲା ଅଗଷ୍ଟ ୨୦୨୫ର ଶେଷ ସପ୍ତାହରେ ଆରମ୍ଭ ହୋଇଥିଲା। ପେଗାସସ ଇନଲ୍ୟାଣ୍ଡ କମ୍ପାନୀ ପୋର୍ଟୋଲରେ ଦର୍ଶାଇଥିଲା ଯେ, ୨୬ହଜାର୮ଶହ କିଲୋର ସ୍କ୍ରାପ୍ ତା ପାଖରେ ନିଲାମୀ ପାଇଁ ଉପଲବ୍ଧ ଅଛି। ପୋର୍ଟାଲରେ ଅଧିକୃତ ବିକ୍ରେତା ଭାବେ ଅରୁଣ କୁମାର ନାମକ ବ୍ୟକ୍ତିଙ୍କ ନାଁ ଓ ମୋବାଇଲ ନମ୍ୱର ଦିଆଯାଇଥିଲା। ଯଦିଓ ସାମଗ୍ରୀର କୌଣସି ଫଟୋ ପୋର୍ଟାଲରେ ଅପଲୋଡ୍ କରାଯାଇନଥିଲା। ସେପଟେ ଜୋଧପୁର ସ୍ଥିତ ସୁରଜ ଏଣ୍ଟରପ୍ରାଇଜ୍ ମେଟାଲ ସ୍କ୍ରାପର କାରବାର କରେ। ଏହି କମ୍ପାନୀ ନିଲାମୀରେ ଆଗ୍ରହ ଦେଖାଇଥିଲା। ସାମଗ୍ରୀର ଫଟୋ ନ ଦେଖି ମୋବାଇଲ ନମ୍ୱରରେ ସମ୍ପର୍କ କରିଥିଲା କମ୍ପାନୀ। ଫୋନ୍ ଉଠାଇଥିବା ବ୍ୟକ୍ତି ନିଜକୁ ମ୍ୟାନେଜର ଅରୁଣ କୁମାର ବୋଲି ପରିଚୟ ଦେଇଥିଲା। ଆଉ ବିଶ୍ୱାସ ଜନ୍ମାଇବାକୁ ଅରୁଣ କୁମାର କମ୍ପାନୀର ଡାଇରେକ୍ଟର ହରିଶ ଶର୍ମାଙ୍କ ସହ କଥା କରାଇଥିଲେ। ହରିଶ ଦାବି କରିଥିଲେ ଯେ, ପୁରା ସାମଗ୍ରୀ ସରକାରୀ ଏଜେନ୍ସି ଦ୍ୱାରା ପ୍ରମାଣିତ ଓ ତାଙ୍କ ପାଖରେ ଏହାର ସାର୍ଟିଫିକେଟ ବି ଅଛି। ଆଉ ମୌଖିକ ଆଶ୍ୱାସନା ପାଇବା ପରେ ସେପ୍ଟେମ୍ୱର ୫ରେ ନିଲାମୀରେ ଭାଗ ନେଇ ଜିତିଥିଲା। ଆଉ ୨୦ ଲକ୍ଷ ଟଙ୍କା ପୈଠ କରିଥିଲେ। ଅକ୍ଟୋବର ୨୨ରେ ଡେଲିଭରି ଅର୍ଡର ଜାରି କରିଦିଆଗଲା। କିନ୍ତୁ ଡେଲିଭରିରେ ଷ୍ଟିଲ୍ ବଦଳରେ ଆସିଥିଲା ଅଳିଆ। କଣ୍ଟେନରେ ଖୋଲିବା ମାତ୍ରେ ପାଦ ତଳୁ ମାଟି ଖସିଗଲା। ଷ୍ଚେନଲେସ ଷ୍ଟିଲର କୌଣସି କ୍ୱାଲିଟି ନଥିଲା। ଚୁମ୍ୱକ ଲଗାଇ ପରୀକ୍ଷା କରିବାରୁ ଏହା ଲୁହା ମିଶ୍ରିତ ଅବଶିଷ୍ଟାଂଶ ଥିଲା। ଷ୍ଟିଲର ୧ ପ୍ରତିଶତ ବି ଗୁଣାବତ୍ତା ନଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now