ଲୁଧିଆନାରୁ ଆସିଛି ଆଶ୍ଟର୍ଯ୍ୟଚକିତ କଲା ଭଳି ଘଟଣା। ପିଲା ଜନ୍ମ କଲେ ଶରୀର ଖରାପ ହେବ। ଆକର୍ଷଣ ଚାଲିଯିବ। ଏହି ଭାବନାରେ ପିଲା ଜନ୍ମ କରିବାକୁ ଅନିଛୁକ ମହିଳା ନିଜ ସାଙ୍ଗ ଜରିଆରେ ପିଲା କିଣିଲେ। ହେଲେ ଶେଷରେ ମହିଳାଙ୍କ ସମେତ ପିଲା ବିକ୍ରି କରିଥିବା ଓ ମଧ୍ୟସ୍ଥି ସାଜିଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ଦୁଇ ଦିନର ନବଜାତକ ଝିଅକୁ ୨ଲକ୍ଷ ୧୦ହଜାର ଟଙ୍କାରେ ବିକିଦେଇଥିଲା ମାଆ। କମିଶନ ବାବଦରେ ମଧ୍ୟସ୍ଥିର ଭାଗ ୬୦ହଜାର ପଡ଼ିଥିଲା। ଏହି ମାମଲାରେ ଜଣେ ବିଏମଏସ ଡାକ୍ତରଙ୍କ ସମେତ ୫ଜଣଙ୍କୁ ଗିରଫ କରାଯାଇଛି। ତେବେ ଏ ଘଟଣା ସେତେବେଳେ ପଦାକୁ ଆସିଥିଲା । ଯେତେବେଳେ ନୀଳାଝଣ୍ଡା ରୋଡରେ ଏକ ପାର୍କରେ ମହିଳାଙ୍କ ପାଖରେ ଥିବା ନବଜାତକ ରାହା ଧରି କାନ୍ଦୁଥିବାର ଦୃଶ୍ୟ ଲୋକଙ୍କ ନଜରରେ ପଡ଼ିଥିଲା। ସନ୍ଦେହରେ ସେମାନେ ମହିଳାଙ୍କୁ ଏ କାହାର ପିଲା ବୋଲି ପଚାରିଥିଲେ। ଆଉ କଥାବାର୍ତ୍ତାରୁ ସେ ୨ଲକ୍ଷ ୧୦ହଜାର ଟଙ୍କା ଦେଇ କିଣିଥିବା ମାନିଥିଲେ ମହିଳା। ଏ କଥା ଶୁଣିବା ମାତ୍ରେ ଲୋକେ ପୁଲିସକୁ ଫୋନ୍ କରିଥିଲେ। ଫେବୃଆରୀ ୧୩ରେ ଅରୋରା ନର୍ସିଂ ହୋମରେ ପିଲାଟି ଜନ୍ମ ହୋଇଥିଲା। ଏ ମାମଲାରେ ପିଲାଟିର ମାଆ ସୁନୀତା, ବିଏଏମଏସ ଡାକ୍ତର ମନମିତ କୌର, କିଣିଥିବା ମହିଳା ମନଦୀପ କୌରଙ୍କୁ ଗିରଫ କରାଯାଇଛି। ପୁଲିସର କହିବା କଥା, ସୁନୀତା ଦେବୀଙ୍କର ନବଜାତକ ଥିଲା ପଞ୍ଚମ ସନ୍ତାନ। ଆଗରୁ ତାଙ୍କର ୪ ଝିଅ ଅଛନ୍ତି। ପଞ୍ଚମ ଥର ଗର୍ଭବତୀ ପରେ ସୁନୀତାଙ୍କ ସ୍ୱାମୀ ଖୁସି ନଥିଲେ। ସେଥିଲାଗି ଏ ଛୁଆକୁ ଆଉ କାହାକୁ ଦେଇଦେବାକୁ ଆଶା ଓ ହସ୍ପିଟାଲର ନର୍ସ ସହ ଯୋଗାଯୋଗ କରିଥିଲେ ସୁନୀତା। ଆଉ ଏମାନେ ହିଁ ମନଦୀପ କୌରଙ୍କୁ ଯୋଗାଯୋଗ କରି ବିକିଦେଇଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now