ବଢିଲା ପ୍ରିମିୟମ ପେଟ୍ରୋଲ ଦର.. ଲିଟର ପିଛା ୨ଟଙ୍କା ୩୫

ଭାରତରେ ବଢ଼ିଲା ପ୍ରିମିୟମ ପେଟ୍ରୋଲ ଦର। ଲିଟର ପିଛା ୨ଟଙ୍କା ୩୫ ପଇସା ବଢ଼ିଲା। ତେବେ ନର୍ମାଲ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ହୋଇନି। ନୂଆ ଦରି ଆଜିଠୁ ଲାଗୁ। ଆଜିଠୁ ପ୍ରିମିୟମ ପେଟ୍ରୋଲ ପକାଇଲେ ଲିଟରକୁ ୧୧୩ ଟଙ୍କା ୭୭ ପଇସା ଦେବାକୁ ପଡ଼ିବ। ପୂର୍ବରୁ ଏହିର ଦାମ ଥିଲା ଲିଟର ପିଛା ୧୧୧ ଟଙ୍କା ୬୮ ପଇସା। ଯୁଦ୍ଧ ସ୍ଥିତି ଭିତରେ ସ୍ପିଡ୍, ପାଓ୍ୱାର ଭଳି ପ୍ରିମିୟମ ପେଟ୍ରୋଲ ଦର ଦେଶତମାମ ମହଙ୍ଗା ହୋଇଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତିରୁ ତେଲ ଓ ଗ୍ୟାସ ସପ୍ଲାଏ ସଂକଟ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଲାଣି। ଯେଉଁ କଥାକୁ ନେଇ ଲୋକଙ୍କ ଡର ଥିଲା, ଶେଷରେ ସେୟା ହିଁ ହେଲା। ପୂର୍ବରୁ ଲୋକେ ଏଲପିଜି ସିଲିଣ୍ଡର ସଂକଟ ସହ ଜୁଝୁଥିଲେ। ଆଉ ଏବେ ପେଟ୍ରୋଲ ଦର ବୃଦ୍ଧି ଝଟକା ଦେଇଛି। ଏହା ସହ ଆଇଓସି ବି ଇଣ୍ଡଷ୍ଟ୍ରିଆଲ ଡିଜେଲ ଦର ବଢାଇଦେଇଛି। ଏହାର ଦର ୮୭ ଟଙ୍କା ୬୭ ପଇସାରୁ ବଢ଼ାଇ ୧୦୯ ଟଙ୍କା ୫୯ ପଇସା କରିଦିଆଯାଇଛି। ଏମିତିରେ ବିପିସିଏଲର ସ୍ପିଡ୍ ପେଟ୍ରୋଲ, ଏଚପିସିଏଲର ପାଓ୍ୱାର ଓ ଆଇଓସିଏଲର XP95 ଭଳି ପ୍ରିମିୟମ ଭାରିଆଣ୍ଟ ମହଙ୍ଗା ହୋଇଗଲା। ତେବେ ସାମାନ୍ୟ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନି। ଗ୍ଲୋବାଲ କ୍ରୁଡ୍ ଅଏଲ ଦର ଦ୍ରୁତ ଗତିରେ ବଢ଼ୁଥିବାରୁ ଏହାର ସିଧାସଳଖ ପ୍ରଭାବ ପଡ଼ିଛି। ନିକଟରେ ଇଣ୍ଡିଆନ କ୍ରୁଡ୍ ଅଏଲ ବାସ୍କେଟର ଦର ରେକର୍ଡ ସ୍ତରରେ ପହଞ୍ଚିଯାଇଛି। ମାର୍ଚ୍ଚ ୧୭ରେ ବ୍ୟାରେଲ ପିଛା ୧୪୬ ଡଲାର ପାର୍‌ କରିସାରିଛି। ବଡ଼ କଥା ହେଲା କି, ଏହାର ଅର୍ଥ ବ୍ରେଣ୍ଟ ଓ WTI ଦୁହିଁଙ୍କଠୁ ଏହା ବଳିଗଲା। ଏହି ବାସ୍କେଟରେ ପ୍ରାୟ ୭୮ ପ୍ରତିଶତ ଅଂଶ ବ୍ରେଣ୍ଟ କ୍ରୁଡ୍ ଥାଏ। ଯୁଦ୍ଧ ଆରମ୍ଭ ପରେ ଏହାର ଦର ପ୍ରାୟ ୧୦୬ ପ୍ରତିଶତ ବଢ଼ିଥିଲା। ଆଜିର ଦିନରେ ବ୍ରେଣ୍ଟର ଦର ପ୍ରତି ବ୍ୟାରେଲ ପିଛା ୧୦୮ ଟଙ୍କା ପହଞ୍ଚିଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *