ଚେକ୍ ବାଉନ୍ସ ମାମଲାରେ କମେଡିଆନ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ୍। ଦେଢ଼ କୋଟି ଟଙ୍କା ଜମା କରିବା ପରେ ଅନ୍ତରୀଣ ଜାମିନ୍ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ମାର୍ଚ୍ଚ ୧୮ ଯାଏ ରାଜପାଲଙ୍କୁ ଅନ୍ତରୀଣ ଜାମିନ ମିଳିଛି। ଜାମିନ ମିଳିବା ପରେ ଏଣିକି ସେ ନିଜ ପୁତୁରାର ବିବାହ ଉତ୍ସବରେ ସାମିଲ୍ ହୋଇପାରିବେ। ନିଜ ନିର୍ଦେଶିତ ତଥା ଅଭିନୀତ ଫିଲ୍ମ ଆତା ପତା ଲାପତା ଫିଲ୍ଣ ସୁପର ଫ୍ଲପ ପରେ ଏ ଫିଲ୍ମ ପାଇଁ ନେଇଥିବା ୯ କୋଟି ଟଙ୍କାର କରଜ ସୁଝିପାରିନଥିଲେ ରାଜପାଲ। ଯେଉଁଥିପାଇଁ ଗଲା ୧୧ଦିନ ହେଲା ସେ ତିହାର ଜେଲରେ ଥିଲେ। ଫେବୃଆରୀ ୫ରେ ସେ ସରେଣ୍ଡର କରିବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା। ରାଜପାଲଙ୍କୁ ଆଜି ଅପରାହ୍ନ ୩ଟା ସୁଦ୍ଧା ଦେଢ଼ କୋଟି ଟଙ୍କା ଡିମାଣ୍ଡ ଡ୍ରାଫ୍ଟ ଜମା କରିବାକୁ ଅଦାଲତ ମହଲତ ଦେଇଥିଲେ। ଯଦି ଏହି ସମୟ ଭିତରେ ଡିମାଣ୍ଡ ଡ୍ରାଫ୍ଟ ଜମା କରିବେ, ତାହେଲେ ତାଙ୍କୁ ରିଲିଜ କରିଦିଆଯିବ ବୋଲି କହିଥିଲେ ଅଦାଲତ। ଆଉ ଯଦି ଜମା ନହୁଏ, ତାହେଲେ ମାମଲା କାଲି ଅର୍ଥାତ ୧୭ ତାରିଖରେ ଶୁଣାଣୀ ହେବ। ସେ ନିଜ ଫିଲ୍ମ ପାଇଁ ୫ କୋଟି କରଜ ନେଇଥିଲେ। ଏହାର ସୁଧ ବଢ଼ି ୧୧ କୋଟି ହୋଇଯାଇଛି। ଏଥିରୁ ଅଢ଼େଇ କୋଟି ଟଙ୍କା ଦିଆସରିଛି। ପ୍ରଥମେ କୋର୍ଟ ରେଜିଷ୍ଟ୍ରାରଙ୍କ ପାଖରେ ୧ କୋଟି ଜମା ହୋଇଥିଲା। ଆଉ ଆଜି ଦେଢ଼ କୋଟିର ଡିମାଣ୍ଡ ଡ୍ରାଫ୍ଟ ଜମା ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now