ରିଲାଏନ୍ସ ଜିଓର ଓଡ଼ିଶାରେ ଏକ ନମ୍ବର ସ୍ଥିତି ସୁଦୃଢ, ମେ’ ମାସରେ ଯୋଡ଼ିଲା ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ

Spread the love

ଭୁବନେଶ୍ୱର : ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ୨୦୨୩ ମେ’ ମାସରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡ଼ି ଓଡ଼ିଶାରେ ଏହାର ଏକ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ସଦ୍ୟତମ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି ।

ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୩ରେ ମେ’ ମାସରେ ରିଲାଏନ୍ସ ଜିଓ ୭୬,୦୦୦ରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡ଼ିଛି, ଫଳରେ ଓଡ଼ିଶାରେ ଏହାର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ମେ’ ମାସ ଶେଷ ସୁଦ୍ଧା ୧.୪୨ କୋଟିରେ ପହଞ୍ଚିଛି । ଏହି ସମୟରେ ଓଡ଼ିଶାର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩.୩୩ କୋଟିକୁ ବୃଦ୍ଧି ପାଇଛି ।

ଓୟାରଲାଇନ୍ କ୍ଷେତ୍ରରେ ଜିଓ ପାଖାପାଖି ୯୦୦୦ ନୂଆ ଗ୍ରାହକ ଯୋଡ଼ି ଏହାର ଏକ ନମ୍ବର ସ୍ଥିତିକୁ ଆହୁରି ମଜଭୂତ କରିପାରିଛି । ରାଜ୍ୟରେ କମ୍ପାନିର ମୋଟ ଜିଓଫାଇବର ଗ୍ରାହକ ସଂଖ୍ୟା ମେ ମାସ ଶେଷ ସୁଦ୍ଧା ୨.୨୯ ଲକ୍ଷରୁ ଅଧିକ ହୋଇଛି ।

୨୦୨୩ ମେ’ରେ ଜାତୀୟ ସ୍ତରରେ ମଧ୍ୟ ଜିଓ ୩ ନିୟୁତରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡ଼ିଛି, ଫଳରେ ଦେଶରେ କମ୍ପାନିର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୪୩.୬ କୋଟିକୁ ବୃଦ୍ଧିପାଇଛି । ଜାତୀୟ ସ୍ତରରେ ମେ’ ମାସରେ ଜିଓ ସର୍ବାଧିକ ୩.୨୫ ଲକ୍ଷ ନୂତନ ଓୟାରଲାଇନ୍ ଗ୍ରାହକ ଯୋଡ଼ିଛି, ଫଳରେ ଦେଶରେ ମୋଟ ଜିଓଫାଇବର ଗ୍ରାହକ ସଂଖ୍ୟା ୯୭.୪୪ ଲକ୍ଷରୁ ଅଧିକ ହୋଇଛି ।

ଉଭୟ ସର୍ବାଧିକ ଗ୍ରାହକ ବଜାର ଅଂଶ ଓ ସର୍ବାଧିକ ୫୧% ରାଜସ୍ୱ ବଜାର ଅଂଶ ସହିତ ରିଲାଏନ୍ସ ଜିଓ ରାଜ୍ୟର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ହୋଇରହିଛି । ସର୍ବବୃହତ ୪ଜି ନେଟ୍ୱର୍କ, ଜିଓ ଟ୍ରୁ ୫ଜି ର ଦ୍ରୁତ ସମ୍ପ୍ରସାରଣ, ସାରା ରାଜ୍ୟର ଅଧିକ ସ୍ଥାନକୁ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍ ପହଞ୍ଚିବା ଏବଂ ସୁଲଭ ମୂଲ୍ୟ ସହିତ ନିରବଚ୍ଛିନ୍ନ ହାଇ ସ୍ପିଡ୍ ଇଣ୍ଟରନେଟ୍ ଉପଲବ୍ଧତା ଏହାକୁ ତ୍ୱରାନ୍ୱିତ କରିଛି ।

ନିକଟରେ ରିଲାଏନ୍ସ ଜିଓ ପକ୍ଷରୁ ନୂଆ ୪ଜି ଫିଚର ଫୋନ୍ ଜିଓ ଭାରତ ଭି୨ କୁ ମାତ୍ର ୯୯୯ ଟଙ୍କାରେ ଉନ୍ମୋଚନ କରାଯାଇଥିଲା । ୨ଜି ମୁକ୍ତ ଭାରତ ସ୍ୱପ୍ନକୁ ସାକାର କରିବା ଏବଂ ସାରା ଦେଶର ନିୟୁତାଧିକ ୨ଜି ବ୍ୟବହାରକାରୀଙ୍କୁ ଡିଜିଟାଲ୍ ସକ୍ଷମ କରି ଡିଜିଟାଲ୍ ସେବା ସହ ପ୍ରତିଟି ଭାରତୀୟଙ୍କୁ ସଶକ୍ତ କରିବା ତଥା ସ୍ମାର୍ଟଫୋନ୍ ହାସଲ କରିପାରୁନଥିବା ଲୋକମାନଙ୍କ ପାଖରେ ତାହାକୁ ପହଞ୍ଚାଇବା ଲକ୍ଷ୍ୟ ନେଇ ଏହାର ଶୁଭାରମ୍ଭ କରାଯାଇଥିଲା । ଗ୍ରାହକମାନଙ୍କଠାରୁ ଏହାକୁ ବିପୁଳ ସମର୍ଥନ ମିଳିଛି । ଜିଓ ଭାରତ ଭି୨ ଗ୍ରାହକମାନେ ଜିଓ-ସାବନରୁ ୮ କୋଟିରୁ ଅଧିକ ଗୀତ ଶୁଣିପାରିବା ସହ ଜିଓସିନେମା ସବ୍ସ୍କ୍ରିପ୍ସନ୍ ଜରିଆରେ ସେମାନେ ସିନେମା, ଟିଭି ସୋ’ ଓ କ୍ରୀଡ଼ା କାର୍ଯ୍ୟକ୍ରମ ଅନାୟାସରେ ଦେଖିପାରିବେ । ଜିଓ-ପେ ମାଧ୍ୟମରେ ଗ୍ରାହକମାନେ ୟୁପିଆଇ କାରବାର କରିପାରିବେ । ଜିଓ ଭାରତ ଭି୨ ର ମାସିକ ପ୍ଲାନ୍ ମଧ୍ୟ ସବୁଠୁ କମ୍ ରହିଛି । ମାସିକ ୧୨୩ ଟଙ୍କିଆ ପ୍ଲାନ୍ ରେ ଗ୍ରାହକମାନେ ୨୮ ଦିନ ବୈଧତା ସହିତ ମାଗଣା ଭଏସ୍ କଲ୍ ଏବଂ ୧୪ ଜିବି ଡାଟା ଅର୍ଥାତ ଦୈନିକ ଅଧ ଜିବି ଡାଟା ସୁବିଧା ପାଇପାରୁଛନ୍ତି ।

Leave a Reply

Your email address will not be published. Required fields are marked *