ଡିଏମକେ ସରକାର ରାଜ୍ଯ ବଜେଟ ଲୋଗୋରେ ବଦଳାଇଦେଲେ ଟଙ୍କାର ସିମ୍ୱଲ। ହିନ୍ଦିରେ ଟଙ୍କା ସିମ୍ୱଲକୁ ବଦଳାଇ ତାମିଲ ଲୋଗୋ କରାଯାଇଛି। ଆଉ ଏଥିରେ ଦର୍ଶାଯାଇଛି ଯେ, ଏ ଦେଶ ସମସ୍ତଙ୍କର। କେବଳ ହିନ୍ଦୀ ହାର୍ଟଲ୍ୟାଣ୍ଡ ବାଲାଙ୍କର ନୁହେଁ। ଆଗକୁ ଆସୃୁଥିବା ବଜେଟ୍ ଅଧିବେଶନରେ ପ୍ରଥମ ଥର ହିନ୍ଦୀର ରୁପି ସିମ୍ୱଲକୁ ହଟାଇ ଏଣିକି ତାମିଲରେ କରାଯିବ। ୨୦୨୫-୨୬ ରାଜ୍ୟ ବଜେଟର ପ୍ରମୋସନାଲ ମ୍ୟାଟେରିଆଲ ପାଇଁ ତାମିଲ ଅକ୍ଷରରେ ଟଙ୍କାର ସିମ୍ୱଲ କରାଯାଇଛି। ସେପଟେ ଏହାକୁ ନେଇ ବିଜେପି ଚିହିଁକି ଉଠିଛି। ଆଗ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ନିଜ ନାଁ ତାମିଲରେ ରଖନ୍ତୁ। ନିଜ ସରକାରର ବିଫଳତାକୁ ଘଣ୍ଟ ଘୋଡ଼ାଇବାକୁ ଏହା ଏକ ନାଟକବାଜି ବୋଲି କହିଛନ୍ତି ତାମିଲସାଇ ସୌନ୍ଦରାଜନ। ଏହା ରାଷ୍ଟ୍ରୀୟ ପ୍ରତୀକର ଅବମାନନା ବୋଲି କହିଛନ୍ତି ତାମିଲନାଡ଼ୁ ରାଜ୍ୟ ସଭାପତି ଅନ୍ନାମଲାଇ। ଟଙ୍କା ସିମ୍ୱଲର ପ୍ରତୀକକୁ ଡିଜାଇନ କରିଥିଲେ ଥିରୁ ଉଦୟକୁମାର। ଯିଏ ଡିଏମକେର ପୂର୍ବତନ ବିଧାୟକଙ୍କ ପୁଅ। ଉଦୟ କୁମାର ଧର୍ମଲିଙ୍ଗମ ଜଣେ ଭାରତୀୟ ଶିକ୍ଷାବିତ୍ ଓ ଡିଜାଇନର ଅଟନ୍ତି। ଯାହାଙ୍କ ଡିଜାଇନ୍ ଭାରତ ସ୍ୱୀକାର କରିଥିଲା। ଉଦୟ କୁମାର ଟଙ୍କା ସିମ୍ୱଲର ଡିଜାଇନ୍ ୨୦୧୦ରେ କରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now