ସୈଫ ଅଲ୍ଲୀ ଖାନଙ୍କ ହାତରୁ ଗଲା ୧୫ହଜାର କୋଟି- ପୈତୃକ ସମ୍ପତ୍ତି ପାଲଟିଲା ଶତୃ ସମ୍ପତ୍ତି

ବିଲଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ବଡ଼ ଝଟକା। ୧୫ହଜାର କୋଟି ଟଙ୍କାର ପୂର୍ବପୁରୁଷ ସମ୍ପତ୍ତି ହାତରୁ ଗଲା। ପୈତୃକ ସମ୍ପତ୍ତି ପାଲଟିଲା ଶତୃ ସମ୍ପତ୍ତି। ମଧ୍ୟପ୍ରଦେଶ ହାଇକୋର୍ଟ ୨୦୦୦ ମସିହାରେ ଟ୍ରାଏଲ କୋର୍ଟ ଦେଇଥିବା ରାୟକୁ ଖାରଜ କରିଦେଇଛନ୍ତି। ଯେଉଁ ରାୟରେ ସୈଫ ଅଲ୍ଲି ଖାନ୍, ତାଙ୍କ ଭଉଣୀ ସୋହା ଓ ସବା ତଥା ମାଆ ଶର୍ମିଲା ଟାଗୋରଙ୍କୁ ପୈତୃକ ସମ୍ପତ୍ତିର ଉତ୍ତରାଧିକାରୀ ମାନ୍ୟତା ଦିଆଯାଇଥିଲା। ରାଜ୍ୟରେ ଥିବା ୧୫ହଜାର କୋଟି ଟଙ୍କାର ପୈତୃକ ସମ୍ପତ୍ତିକୁ ଶତୃ ସମ୍ପତ୍ତି ଭାବେ ଚିହ୍ନଟ କରିବାକୁ ରାଜ୍ୟ ସରକାର କରିଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ସୈଫ୍। ପଟୌଦି ପରିବାର ଭୋପାଳ ଓ ରାୟସେନରେ ଥିବା ଜମିକୁ ନିଜର ବୋଲି ଦାବି କରୁଥିଲେ। ।ଯେଉଁଠି କୋହେଫିଜାର ଫ୍ଲାଗ ହାଉସ୍, ଅହମଦାବାଦ ପ୍ୟାଲେସ, ରାୟସେନର ଚିକଲୋଦସ୍ଥିତ କୋଠା ଓ ଜଙ୍ଗଲ ସାମିଲ ଅଛି। ହାଇକୋର୍ଟ ଟ୍ରାଏଲ କୋର୍ଟକୁ ନିର୍ଦେଶ ଦେଇଛନ୍ତି ଯେ, ଏ ମାମଲାର ଆଉ ଥରେ ଶୁଣାଣୀ କରିବେ। ଆଉ ବର୍ଷକ ଭିତରେ ନୂଆ ରାୟ ଦେବେ। ନବାବ ହମିଦୁଲ୍ଲା ଖାନଙ୍କ ଅନ୍ୟ ପରିଜନ ବି ପୁରୁଣା ଫୈସଲାକୁ ଚ୍ୟାଲେଞ୍ଜ କରି ମୁସଲିମ ପର୍ସନଲ ଲ ବୋର୍ଡ ଆଧାରରେ ସମ୍ପତ୍ତିକୁ ନ୍ୟାୟସଙ୍ଗତ ଭାଗ ବଂଟୁଆରା ଲାଗି ଦାବି କରିଛନ୍ତି। ଟ୍ରାଏଲ କୋର୍ଟ ପୁରା ସମ୍ପତ୍ତିକୁ ନବାବଙ୍କ ବଡ଼ ପତ୍ନୀଙ୍କ ଝିଅ ସାଜିଦା ସୁଲତାନଙ୍କୁ ଦେଇଦେଇଥିଲେ। ଏହାକୁ ଅନ୍ୟ ଉତ୍ତରାଧିକାରୀ ଚ୍ୟାଲେଞ୍ଜ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *