ଦେବାଳିଆ ବାଇଜୁସ୍: ଏନସିଏଲଟି ରାୟ ବିରୁଦ୍ଧରେ ବିସିସିଆଇ ଓ ବାଇଜୁସ ଆବେଦନ ଉପରେ ନୋଟିସ୍ କଲେ ସୁପ୍ରିମକୋର୍ଟ

ଭାରତର ବଡ଼ ଏଡ୍ଟେକ୍ କମ୍ପାନୀ ଥିଙ୍କ ଏଣ୍ଡ ଲର୍ଣ୍ଣ ପ୍ରାଇଭେଟ୍ ଲିମିଟେଡ୍ (ବାଇଜୁସ) ଉପରେ ଚାଲିଥିବା ଆଦାନ-ପ୍ରଦାନ ବିବାଦ ଓ ଆର୍ଥିକ ସଙ୍କଟ ମାମଲା ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।ବାଇଜୁସ ଓ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ମଧ୍ୟରେ ₹158 କୋଟି ଟଙ୍କା ଦାବି ସମ୍ପର୍କରେ ଏକ ସମ୍ମତି ହୋଇଥିଲା। ଏହି ସମ୍ମତି ଆଧାରରେ ଜାତୀୟ କମ୍ପାନୀ ଆଇନ ଅପିଲ ଟ୍ରିବ୍ୟୁନାଲ୍ ବା (NCLAT) CIRP (Corporate Insolvency Resolution Process) ବାତିଲ କରିଥିଲା।୨୩ ଅକ୍ଟୋବର ୨୦୨୪ ରେ ସୁପ୍ରିମ୍ କୋର୍ଟ କହିଥିଲେ ଯେ NCLAT ତାଙ୍କର ଅଧିକାର ଅତିକ୍ରମ କରିଛି।IBC ଧାରା 12A ଅନୁସାରେ CIRP ବାତିଲ ପାଇଁ Committee of Creditors (CoC) ର 90% ସହମତି ଦରକାର, ଯାହା ଏଠାରେ ହୋଇନଥିଲା।ନ୍ୟାୟାଳୟ କହିଥିଲେ ଯେ ଏହି ବିବାଦ NCLT ମାନ୍ୟତା ପାଇଁ ଥିବା IRP ମାଧ୍ୟମରେ ହେବା ଉଚିତ୍ ଥିଲା, NCLAT ମାଧ୍ୟମରେ ନୁହେଁ।୨୦୨୫ ମେ ମାସରେ ବାଇଜୁସ ପ୍ରମୋଟର ରିଜୁ ରବିନ୍ଦ୍ରନ ଓ ଅନ୍ୟମାନେ ସୁପ୍ରିମ୍ କୋର୍ଟରେ ଆବେଦନ ଦାଖଲ କରିଛନ୍ତି CIRP ବାତିଲ ପାଇଁ। କୋର୍ଟରେ ଏହି ମାମଲା ବିଚାରାଧୀନ ରହିଛି। ଆସନ୍ତା ଜୁଲାଇ ୨୧ରେ ଏହାର ଶୁଣାଣୀ ତାରିଖ ଧାର୍ଯ୍ୟ ହୋଇଛି। ସୁପ୍ରିମକୋର୍ଟ ଏ ସନ୍ଦର୍ଭରେ ନୋଟିସ୍ ଜାରି କରିଛନ୍ତି। ବାଇଜୁସ ଦେବାଳିଆ ହୋଇଗଲାଣି। ସୁପ୍ରିମକୋର୍ଟ ଏନସିଏଲଟିର ନିଷ୍ପତ୍ତି ବିରୁଦ୍ଧରେ ବିସିସିଆଇ ଓ ରିଜୁ ରବୀନ୍ଦ୍ରନଙ୍କ ଆବେଦନ ଉପରେ ନୋଟିସ ଜାରି କରିଛନ୍ତି। ଏପ୍ରିଲ ୧୭ ଆଦେଶରେ ଏନସିଏଲଟିର ରାୟକୁ କାଏମ ରଖାଯାଇଥିଲା। ଯେଉଁ ରାୟରେ କୁହାଯାଇଥିଲା ଯେ, ବିସିସିଆଇ ସିଓସିର ମଞ୍ଜୁରୀ ବିନା ବାୟଜୁ ବିରୁଦ୍ଧରେ ନିଜର ଦେବାଳିଆପଣ ମାମଲାକୁ ପ୍ରତ୍ୟାହାର କରିପାରିବନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *