ରିଲିଜର ଫାଷ୍ଟ ଡେ- ବିବାଦ ସତ୍ତ୍ୱେ ଧମାଲ କଲା ଥଗ୍ ଲାଇଫ୍

ଥଗ ଲାଇଫ ଫିଲ୍ମ ରିଲିଜ୍ ହୋଇଛି। କମଲ ହାସନ ଅଭିନୀତ ଓ ମଣିରତ୍ନମଙ୍କ ନିର୍ଦେଶିତ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ପ୍ରେକ୍ଷାଳୟକୁ ଆସିଛି। ନାୟକନ୍ (1987) ପରେ ଏହି ଦୁଇ ଅଭିନେତା ଓ ନିର୍ଦେଶକଙ୍କ ମିଳିତ ମହାପ୍ରୟାସ ଅଟେ। କମଲ ହାସନ ଓ ମଣିରତ୍ନମଙ୍କ ଗ୍ୟାଙ୍ଗଷ୍ଟର ଡ୍ରାମା ରିଲିଜକୁ ନେଇ ସମସ୍ତଙ୍କ ଉତ୍କଣ୍ଠା ଥିଲା। ଥଗ୍ ଲାଇଫ୍ ଏକ ଗ୍ୟାଙ୍ଗସ୍ଟର୍ ଡ୍ରାମା ଯେଉଁଥିରେ ଏକ ପ୍ରଭାବଶାଳୀ ନାୟକଙ୍କ ପୁରୁଣା ପରିବାର ସହ ଘଟୁଥିବା ଘଟଣା ଓ ଦ୍ୱନ୍ଦ୍ୱକୁ ଦେଖାଯାଇଛି। ଏଥିରେ କମଲ୍ ହାସନ୍ ସ‌ହିତ ସିଲମ୍ବରସନ୍, ତ୍ରିଶା ଓ ଅଲି ଫଜଲ୍ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ସଙ୍ଗୀତ ଦେଇଛନ୍ତି ଏ.ଆର୍. ରହମାନ୍ ଓ କ୍ୟାମେରା ଚଳାଇଛନ୍ତି ରବି କେ. ଚନ୍ଦ୍ରନ୍। ମୁକ୍ତି ପ୍ରଥମ ଦିନରେ ଏହି ସିନେମା ଭାରତରେ ପ୍ରାୟ ୭ କୋଟି ଟଙ୍କା ବ୍ୟବସାୟ କରିଛି। ତେବେ କର୍ଣ୍ଣାଟକରେ ଏହି ସିନେମା ରିଲିଜ୍ ହୋଇନି। କାରଣ କମଲ୍ ହାସନଙ୍କ କିଛି ଭାଷା ସମ୍ପର୍କିତ ବିବାଦୀୟ ଟିପ୍ପଣୀ ଜାରି ରହିଛି। ସିନେମା ମୁକ୍ତି ପରେ ଦେଖିବାକୁ ମିଳିଛି ଯେ ଥଗ୍ ଲାଇଫ୍ ପାଇରେସିର ଶିକାର ହୋଇଛି। ଅନେକ ବେଆଇନ ୱେବସାଇଟ୍ ଓ ଟେଲିଗ୍ରାମ୍ ଚ୍ୟାନେଲରେ ଏହି ସିନେମା ଚୋରା ଭାବେ ଅପଲୋଡ୍ ହୋଇଯାଇଛି। ଏ.ଆର୍. ରହମାନଙ୍କ ନିର୍ଦ୍ଦେଶନାରେ ଥିବା ଗୀତ “ବିନ୍ବେଳି ନାୟଗା” ଏହି ସିନେମାର ଅତ୍ୟନ୍ତ ଭାବପୂର୍ଣ୍ଣ ଗୀତ ଅଟେ। ଏହି ଗୀତକୁ ଗାଇଛନ୍ତି ଶୃତି ହାସନ୍, ଯାହା ସେ ତାଙ୍କ ପିତା କମଲ୍ ହାସନକୁ ସମ୍ମାନ ଦେବା ଉଦେଶ୍ୟରେ ଗାଇଛନ୍ତି। ଦର୍ଶକ ଓ ସମାଲୋଚକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ମିଳିଛି। କମଲ୍ ହାସନଙ୍କ ଅଭିନୟ ଓ ମଣି ରତ୍ନମଙ୍କ ନିର୍ଦ୍ଦେଶନାକୁ ଅନେକ ପ୍ରଶଂସା କରିଥିବା ବେଳେ କିଛି ଦର୍ଶକ ଏହାର କାହାଣୀର ଦୃଢତା ଓ ଭାବନାର ଅଭାବ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।




Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *