ଟ୍ରମ୍ପଙ୍କ ରେସିପ୍ରୋକାଲ ତାରିଫ୍- ଅଦାଲତି ଝଟକା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପ୍ରଶାସନକୁ ଅନ୍ତରାଷ୍ଟ୍ରୀୟ ବ୍ୟାପାର ଅଦାଲତରୁ ବଡ଼ ଝଟକା ଲାଗିଛି। ଟ୍ରମ୍ପଙ୍କ ରେସିପ୍ରୋକାଲ ତାରିଫକୁ ଅବୈଧ ବୋଲି ରାୟ ଦେଇଛନ୍ତି। କୋର୍ଟଙ୍କ ଏହି ଫୈସଲା ଟ୍ରମ୍ପଙ୍କ ଆର୍ଥିକ ନୀତିକୁ ବଡ଼ ଝଟକା ଲାଗିଛି। ମୈନହଟ୍ଟନର ଅନ୍ତରାଷ୍ଟ୍ରୀୟ ବ୍ୟାପାର ଅଦାଲତର ତିନି ଜଣିଆ ଖଣ୍ଡପୀଠ ବୁଧବାର ଏହି ରାୟ ଶୁଣାଇଛନ୍ତି। ରାୟରେ କୋର୍ଟ କହିଛନ୍ତି ଯେ, ଟ୍ରମ୍ପଙ୍କ ଆପାତକାଳୀନ ଆଇନର ଭୁଲ୍ ପ୍ରୟୋଗ କରି ତାରିଫ୍ ଲାଗୁ କରିଛନ୍ତି। ଏହି ଫୈସଲା ଡେମୋକ୍ରାଟିକ ନେତୃତ୍ୱାଧୀନ ରାଜ୍ୟ ଓ ଛୋଟ ବ୍ୟବସାୟୀଙ୍କ ପକ୍ଷରେ ଆସିଛି। ଯେଉଁଠି ତାରିଫ ତୃଟିପୂର୍ଣ୍ଣ ଭାବେ ଲାଗୁ ହୋଇଥିଲା। ଏହି ଫୈସଲା ପରେ ଆମେରିକା ଫ୍ୟୁଚର୍ସ ମାର୍କେଟରେ ବଡ଼ ଧରଣର ଗତି ଦେଖିବାକୁ ମିଳିଛି। ଡାଓ ଫ୍ୟୁଚର୍ସ ପ୍ରାୟ ୪୫୦ ଅଙ୍କ ବଢ଼ିଛି। କୋର୍ଟ ନିଷ୍ପତ୍ତି ପରେ ଆମେରିକୀୟ ଡଲାରରେ ଦ୍ରୁତ ଗତି ଦେଖିବାକୁ ମିଳିଛି। ଡଲାର ଇଣ୍ଡେକ୍ସ ଶହେ ଅଙ୍କ ପାର୍ କରିସାରିଛି। ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମରେ ବି ହ୍ରାସ ଦେଖାଦେଇଛି। ତେବେ ଏହି ରାୟକୁ ଚ୍ୟାଲେଞ୍ଜ କରି ଟ୍ରମ୍ପ ପ୍ରଶାସନ ଫେଡେରାଲ କୋର୍ଟରେ ଅପିଲ୍ କରିଛି। ହ୍ୱାଇଟ ହାଉସ ମୁଖପାତ୍ର ଏହି ଫୈସଲାକୁ ଫେଡେରାଲ କୋର୍ଟରେ ଅପିଲ୍ କରିଥିବା କହିଛନ୍ତି। ତାରିଫ୍ ଆର୍ଥିକ ଆପାତକାଳୀନରୁ ମୁକାବିଲା କରିବାକୁ ଫୈସଲା ହୋଇଛି। ଏଭଳି ନିଷ୍ପତ୍ତି ଅନିର୍ବାଚିତ ବିଚାରପତିଙ୍କୁ କରିବା ଜରୁରୀ ନୁହେଁ। ବିଦେଶୀ ରାଷ୍ଟ୍ରକୁ ଆମେରିକା ସହ ଅସମାନ ବ୍ୟବହାର ଦେଶର ବେପାର କ୍ଷତିର କାରଣ ସାଜିିଛି। ଯାହା ଆମେରିକୀୟ ସମୁଦାୟ, ଶ୍ରମିକ ଓ ରକ୍ଷା ଉଦ୍ୟୋଗକୁ କ୍ଷତି ପହଞ୍ଚାଉଛି। କୋର୍ଟଙ୍କ ଏହି ରାୟ ଟ୍ରମ୍ପ ପ୍ରଶାସନକୁ ବଡ଼ ଝଟକା ଦେଇଛି। ଅନେକ କାର୍ଯ୍ୟକାରୀ ଆଦେଶକୁ ନେଇ ମାମଲାର ସମୁଖୀନ ହୋଇଛି ଟ୍ରମ୍ପ୍ ପ୍ରଶାସନ। ଏଥିରେ ଫେଡେରାଲ କର୍ମଚାରୀଙ୍କୁ ବଡ଼ ଧରଣର ଚାକିରୀ ଛଟେଇ, ଜନ୍ମସିଦ୍ଧ ନାଗରିକତା ଉପରେ ପ୍ରତିବନ୍ଧକ, କଂଗ୍ରେସ ପକ୍ଷରୁ ସ୍ୱୀକୃତ ବ୍ୟୟରେ ରିହାତି ଭଳି ପ୍ରସଙ୍ଗ ସାମିଲ ରହିଛି। ଏପ୍ରିଲ ୨ରେ ଟ୍ରମ୍ପଙ୍କ ବ୍ୟାପକ କାର୍ଯ୍ୟକାରୀ ଆଦେଶ ପରେ ବୈଶ୍ୱିକ ବଜାରରେ ଭାରି ପ୍ରଭାବ ପଡ଼ିଛି। ଅଦାଲତଙ୍କ ନିଷ୍ପତ୍ତି ଟ୍ରମ୍ପଙ୍କ ତାରିଫ୍କୁ ଅବୈଧ ଘୋଷଣା ପରେ ଫ୍ଲାଟ ତାରିଫ, ଚୀନ୍ ଉପରେ ତାରିଫ ବୃଦ୍ଧି, ଚୀନ, କାନାଡ଼ା ଓ ମେକ୍ସିକୋ ଉପରେ ଫେଣ୍ଟେନାଇଲ ସମ୍ୱନ୍ଧିତ ତାରିଫ ସାମିଲ ଅଟେ। ଷ୍ଟିଲ୍, ଆଲୁମିନିୟମ ଓ ଅଟୋମୋବାଇଲ ଉପରେ ଅନେକ ତାରିଫ ବି ଲାଗିଛି। ଅଦାଲତର କହିବା କଥା, ଟ୍ରମ୍ପଙ୍କ ବୈଶ୍ୱିକ ତାରିଫ ଆଦେଶ ତାରିଫ ଲାଗିଥିବା ଦେଶ ଉପରେ ଅତିରିକ୍ତ ଶୁଳ୍କ ନିୟମ ବର୍ହିଭୂତ ଥିଲା। ନ୍ୟୁୟର୍କ ଗଭର୍ଣ୍ଣର କୈଥି ହୋଚୁଲ ସୋସିଆଲ ମିିଡିଆରେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଆମେରିକୀୟ ବ୍ୟାପାର ଅଦାଲତ ଫେଡେରାଲ କୋର୍ଟ ସିଷ୍ଟମର ଅଂଶ ଅଟେ। ଅଦାଲତ ନିଷ୍ପତ୍ତି ବିରୁଦ୍ଧରେ ଫେଡେରାଲ ଅପିଲ୍ କୋର୍ଟ ଓ ସୁପ୍ରିମକୋର୍ଟ ଯାଇପାରନ୍ତି। ରିପବ୍ଲିକାନ ସାଂସଦମାନେ ଏକ ଆଇନ ପ୍ରସ୍ତାବିତ କରିଥିଲେ, ଯେଉଁଥିରେ ରାଷ୍ଟ୍ରପତିକୁ ବ୍ୟାପକ ତାରିଫ୍ ଲଗାଇବାକୁ ଅଧିକାର ଦେଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *