ଏପ୍ରିଲ ୨ରୁ ଭାରତ ଉପରେ ଲାଗୁ ହେବ ରେସିପ୍ରୋକାଲ ତାରିଫ୍। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଏହି ଘୋଷଣା କରିଛନ୍ତି। ଏହା ଲାଗୁ ହେଲେ ଭାରତ ବାର୍ଷିକ ହରାଇବ ୬୧ହଜାର କୋଟି ଟଙ୍କା। ଏହି ତାରିଫ୍ କେମିକାଲ୍ସ , ମେଟାଲ ପ୍ରଡକ୍ଟ, ଗହଣା, ଅଟୋ ମୋବାଇଲ ସେକ୍ଟର ଓ ଖାଦ୍ୟ ଉତ୍ପାଦ ଉପରେ ପ୍ରଭାବ ପକାଇବ। ମସାଲାରୁ ନେଇ ବାସୁମତୀ ଚାଉଳ ଯାଏ ସବୁ ମହଙ୍ଗା ହେବାର ଆଶଙ୍କା ଉପୁଜିଛି। ଏହା ସହ ବାଦାମ, କୋଇଲା, ଡିଫେନ୍ସ ପ୍ରଡକ୍ଟ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଔଷଧ ଦର ବି ବଢ଼ିବ। ବିଶେଷ କରି ଫାର୍ମା ସେକ୍ଟର ଅଧିକ ପ୍ରଭାବିତ ହେବ। ଆମେରିକା ଭାରତର ସବୁଠୁ ଦ୍ୱିତୀୟ ବୃହତ୍ତମ ଟ୍ରେଣ୍ଡିଂ ପାର୍ଟନର ଅଟେ। ତାରିଫ୍ ହେଉଛି, ଅଲଗା ଦେଶରୁ ଆସୁଥିବା ସାମଗ୍ରୀ ଉପରେ ଲାଗୁଥିବା ଟିକସ। ଯେଉଁ କମ୍ପାନୀ ବିଦେଶୀ ସାମଗ୍ରୀ ଦେଶକୁ ଆଣନ୍ତି, ସେମାନେ ସରକାରଙ୍କୁ ଏହି ଟିକସ ଦିଅନ୍ତି। ଯେମିତିକି ଟେସଲାର ସାଇବର ଟ୍ରକ ଆମେରିକା ବଜାରରେ ପ୍ରାୟ ୯୦ଲକ୍ଷ ଟଙ୍କାରେ ବିକ୍ରି ହୁଏ। କିନ୍ତୁ ଯଦି ତାରିଫ୍ ଶହେ ପ୍ରତିଶତ ହୁଏ। ତା ହେଲେ ଭାରତରେ ଏହାର ଦର ପ୍ରାୟ ୨ କୋଟି ହୋଇଯିବ। ଆଉ ରେସିପ୍ରୋକାଲ ତାରିଫର ଅର୍ଥ ହେଉଛି, ଉଭୟ ଆମଦାନୀ ଓ ରପ୍ତାନୀ ଦେଶକୁ ସମାନ ଲାଗୁ ହେବ। ଯଦି ଭାରତ ଆମେରିକାର କିଛି ସାମଗ୍ରୀ ଉପରେ ଶହେ ପ୍ରତିଶତ ତାରିଫ୍ ଲଗାଏ, ତାହେଲେ ଆମେରିକା ବି ସେଭଳି ପ୍ରଡକ୍ଟ ଉପରେ ଶହେ ପ୍ରତିଶତ ତାରିଫ୍ ଲଗାଇବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now