ହନିଟ୍ରାପର ଜାଲ। ଆଗ ବନ୍ଧୁତା ଓ ପରେ ଓକିଲଙ୍କଠୁ ୪୦ଲକ୍ଷ ଟଙ୍କାର ବଟି। ସ୍ପାରେ କାମ କରୁଥିବା ଯୁବତୀଙ୍କ ସହ ୨ଜଣଙ୍କୁ ବାନ୍ଧିଛି ପୁଲିସ। ରାଜସ୍ଥାନର ବାଡ଼ମେରରେ ହନିଟ୍ରାପର ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ମୂଳବାସିନ୍ଦା ପ୍ରିୟଙ୍କା ଓ ତା ସାଥୀ କମଲ ସିଂ ଓକିଲ ପ୍ରେମକୁମାରଙ୍କୁ ଅଶ୍ଲୀଳ ଭିଡ଼ିଓ ଡର ଦେଖାଇ ୪୦ଲକ୍ଷ ଟଙ୍କା ମାଗିଥିଲେ। ଦୁହେଁ ୫୦ହଜାର ଟଙ୍କା ନେଉଥିଲା ବେଳେ ମାଡ଼ି ବସିଥିଲା ପୁଲିସ। ଦୁହିଁଙ୍କୁ ଗିରଫ କରି ପୁରା ହନିଟ୍ରାପ ମାମଲାର ପର୍ଦ୍ଦାଫାସ କରିଛି। ଅଭିଯୁକ୍ତ ପ୍ରିୟଙ୍କା ବାଲୋତରାରେ ସ୍ପା ରେ କାମ କରୁଥିଲା। ପରେ ରୟ କଲୋନୀରେ ଘର ନେଇ ଓକିଲ ପ୍ରେମକୁମାରଙ୍କ ସହ ବନ୍ଧୁତାର ଜାଲ ବିଛାଇଥିଲା। କୌଣସି ଫିଲ୍ମ ସ୍କ୍ରିପ୍ଟରୁ ଏହା କମ୍ ନଥିଲା। କଥାବାର୍ତ୍ତାରୁ ସମ୍ପର୍କ ବଢ଼ିଥିଲା। ଆଉ ଓକିଲଙ୍କ ସହ ଘର ଭିତରେ ଆପତ୍ତିଜନକ ଭିଡ଼ିଓ କରିନେଇଥିଲେ ପ୍ରିୟଙ୍କା। ଏ ଭିଡ଼ିଓ ଭାଇରାଲର ଭୟ ଦେଖାଇ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲେ। ୪୦ ଲକ୍ଷ ଟଙ୍କା ଶୁଣି ହୋସ୍ ଉଡ଼ିଯାଇଥିଲା ପ୍ରେମକୁମାରଙ୍କ। କୌଣସି ଉପାୟ ନ ପାଇ ଶେଷରେ ପୁଲିସର ଦ୍ୱାରସ୍ଥ ହୋଇଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now