ରାଜନୀତିରାଜ୍ୟ

ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛି ; ରୋହିତ ପୂଜାରୀ

ଭୁବନେଶ୍ୱର : ମନ୍ତ୍ରିମଣ୍ଡଳରୁ ବାଦ ପଡିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟାରେ ରଖିଛନ୍ତି ରେଢାଖୋଲ ବିଧାୟକ ତଥା ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ସେ କହିଛନ୍ତି ଯେ, ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛି । ବୋଧେ ମୋଠାରୁ ମୁଖ୍ୟମନ୍ତ୍ରୀ ଅଧିକ ଆଶା କରିଥିବେ, ଯାହା ମୁଁ ଦେଇପାରିନଥିବି । ସେଥିପାଇଁ ମୋତେ ବାଦ ଦିଆଯାଇଥିବ । ବାଦ ପଡିଥିବା ଯୋଗୁଁ ଦୁଃଖ ନାହିଁ, ଦଳ ପକ୍ଷରୁ ଯାହା ଦାୟିତ୍ୱ ମିଳିବ କରିବି । ମୁଁ ଭାବୁଛି ମୁଖ୍ୟମନ୍ତ୍ରୀଙ୍କର ଅଧିକ ଆଶା ଥିଲା, ଯାହା ପୂର୍ଣ୍ଣ ହୋଇପାରିନାହିଁ । ସେଥିପାଇଁ ମୋତେ ବାଦ ଦେଇଛନ୍ତି ।

ବିଗତ ଦିନରେ ମୁଖ୍ୟମନ୍ତ୍ରୀ ମତେ ବହୁତ ଜିନିଷରେ ଆଶୀର୍ବାଦ କରିଛନ୍ତି । ଜିଲ୍ଲା ସଭାପତି ସହ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ କରିଥିଲେ । ଦୁଇ ଦୁଇ ଥର ବିଧାୟକ ଟିକେଟ ଦେଇଛନ୍ତି । ମନ୍ତ୍ରୀ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ । ମୁଁ ନୂଆ ମନ୍ତ୍ରୀ ହୋଇଥିଲି । ଆହୁରି ସମୟ ଅଛି ଶିଖିବି, ଯାହା ଦାୟିତ୍ୱ ଦେବେ କାମ କରିବି ।

ଉଲ୍ଲେଖନୀୟ ଯେ ମନ୍ତ୍ରିମଣ୍ଡଳରୁ ଆଜି ବାଦ୍ ପଡ଼ିଛନ୍ତି ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ । ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଥିଲେ । ଉଚ୍ଚ ଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ବାଦ୍ ଦେଇଥିବା କୁହାଯାଉଛି ।

Related Articles

Leave a Reply

Your email address will not be published.

Back to top button