ଓଡ଼ିଶାଖୋର୍ଧା

ଦୁର୍ଘଟଣାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ବିଇଁକୁଡିଆ ଛକ ନିକଟରେ ଆଇଚର ଗାଡି ସହିତ ବାଇକ୍ ଧକ୍କା ହେବା ଫଳରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛି । ମୃତକ ହେଲେ କେରଙ୍ଗ ଗ୍ରାମର ଦିଲ୍ଲୀପ କୁମାର ଦାସ ।

ସୂଚନା ଅନୁଯାୟୀ, ଆଜି ଦିଲ୍ଲୀପ ନିଜ ବାଇକ ଯୋଗେ ଖୋର୍ଦ୍ଧାରୁ ମୁକ୍ତାପୁର୍ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଦିଲ୍ଲୀପ ଦାସ ଏବଂ ତାଙ୍କ ପତ୍ନୀ ଉଭୟ ବାଇକରେ ଯିବା ସମୟରେ ଖୋର୍ଦ୍ଧା ହଳଦିଆ ରାସ୍ତାରେ ଟ୍ରକ ସହ ବାଇକ୍ ଧକ୍କା ହୋଇଥିଲା । ଫଳରେ ଦିଲ୍ଲୀପଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ତେବେ ତାଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ଖବର ପାଇ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡିକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି ।

Leave a Reply

Your email address will not be published.

Back to top button