ରାଜନୀତି

ବିହାରରେ ସରକାର ବିରୋଧରେ ପ୍ରଦର୍ଶନ ଉପରେ ଲାଠିଚାର୍ଜ ଘଟଣାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଲେ ନିନ୍ଦା

ଭୁବନେଶ୍ୱର : ବିହାର ସରକାରଙ୍କ ବିଭିନ୍ନ ଜନ ବିରୋଧୀ ନୀତି ବିରୁଦ୍ଧରେ ବିଜେପି ପକ୍ଷରୁ ଶାନ୍ତିପୂର୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ପୋଲିସ ଦ୍ୱାରା ଲାଠିଚାର୍ଜ କରାଯିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିନ୍ଦା କରିଛନ୍ତି । ଏହି ଲାଠିଚାର୍ଜରେ ଜଣେ ବିଜେପିର ନେତାଙ୍କ ମୃତ୍ୟୁ ଘଟିଛି ।

ଏ ସମ୍ପର୍କରେ ପ୍ରଧାନ ଟ୍ୱିଟ କରି କହିଛନ୍ତି, ଜନସାଧାରଣଙ୍କ ଉପରେ ଲାଠି ଚାଳନା କରିବା, ଅଶ୍ରୁ ଗ୍ୟାସ ଚଳାଇବା, ଜନସାଧାରଣଙ୍କ କଥାକୁ ଉଠାଉଥିବା ଲୋକ ମାନଙ୍କୁ ସଦନରୁ ବାହାର କରି ଦେବା, ଲାଠିଚାର୍ଜ ଆଉ, ମୃତ୍ୟୁ, କଣ ଏହା ନୀତିଶ କୁମାରଙ୍କର ସୁଶାସନ । ବିଜେପି ଜାହାନାବାଦ ଜିଲ୍ଲାର ମହାସଚିବ ବିଜୟ କୁମାର ସିଂହଙ୍କ ଜୀବନ ନେଇଥିବା ଲାଠି ବିହାର ସରକାରଙ୍କର ଅଗଣତାନ୍ତ୍ରିକ ଚରିତ୍ର ଓ ନିଲ୍ଲଜତାର ପରାକାଷ୍ଠା ଅଟେ । ଚେୟାରର ଲୋଭ ଓ କ୍ଷମତାର ନିଶାରେ ବୁଡି ରହିଥିବା କକା – ପୁତୁରାଙ୍କ ଠକ ମେଣ୍ଟ କେବଳ ଗୁଣ୍ଡାରାଜ ଓ ଜାତିବାଦର ବିଷ ଦେଇପାରେ, ଶିକ୍ଷା ଓ ରୋଜଗାର ନୁହେଁ ।

Related Articles

Leave a Reply

Your email address will not be published.

Back to top button