ଧର୍ମ

ମା ଭଗବତୀଙ୍କ ନୂତନ ପାର୍ଶ୍ଵ ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଜୟପୁର : ଜୟପୁରର ନାରାୟଣ ମନ୍ଦିର ସାହି ସ୍ଥିତ ଶ୍ରୀ ସଙ୍କଟ ମୋଚନୀ ମହାମାୟୀ ଭଗବତୀଙ୍କ ନୂତନ ପାର୍ଶ୍ଵ ବିଗ୍ରହ ସହିତ ଦେବୀ ପ୍ରସାଦ ପ୍ରତିଷ୍ଠା ଉତ୍ସବ ଆଜି ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ପାର୍ଶ୍ଵ ଦ୍ଵାର, ତ୍ରିଶୁଳ, ଧ୍ଵଜ ସ୍ଥାପନ, ଯଜମାନ ପ୍ରତିଷ୍ଠା ମହାଧ୍ଵଜ ଭ୍ରମଣ, ପୁର୍ଣାହୁତି ଓ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । କାଯ୍ୟକ୍ରମରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି, ଜିଲା ସଭାନେତ୍ରୀ ମିନାକ୍ଷୀ ବାହିନିପତି, ରାଜ୍ୟ ବିଜେପି ନେତା ଭୃଗୁ ବକ୍ସିପାତ୍ର, ବିଜେଡି ଜିଲା ସଭାପତି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀଙ୍କ ସହ ହଜାର ହଜାର ଲୋକ ଉପସ୍ଥିତ ଥିଲେ ।

ଗତ ୪ ତାରିଖରୁ ୮ ତାରିଖ ଯାଏ ୫ ଦିନ ଧରି ବିଭିନ୍ନ କାଯ୍ୟକ୍ରମ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ପ୍ରତିଷ୍ଠା ଉତ୍ସବର ୫ ଦିନ ଘୃତ ଯଜ୍ଞ,

ଷୋଡ଼ଶୋପଚାର ପୁଜା, ଚଣ୍ଡି ପାରାୟଣ ଅନୁଷ୍ଠିତ ହୋଇଥିଲା । କାଯ୍ୟକ୍ରମରେ ଗଞ୍ଜାମର ପଣ୍ଡିତ ଅଶୋକ କୁମାର ପାଢୀ ସମସ୍ତ ପୁଜା ପାଠ ଦାୟିତ୍ଵ ତୁଲାଇଥିଲେ । ମନ୍ଦିରରେ ଚକ୍ର, ବାନା ଲଗାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button