ଓଡ଼ିଶାଖୋର୍ଧା

ଟ୍ରକ ଧକ୍କାରେ ଚାଲିଗଲା ଜୀବନ

ଖୋର୍ଦ୍ଧା: ରାସ୍ତାପାର ହେଲାବେଳେ ସାମ୍ନା ପଟୁ ଟ୍ରକ ଧକ୍କା ।  ଘଟଣା ସ୍ଥଳରେ ବ୍ୟକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତ୍ୟକ୍ତ ହେଲେ ଲୋକେ । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି କଣ୍ଟିଲୋ-ଖୋର୍ଦ୍ଧା ରାସ୍ତାରେ । ଲୋକେ ରାଗିଯାଇ ରାସ୍ତା ରୋକ କରିଥିବା ବେଳେ ପୋଲିସ ଘଟଣାକୁ ଆୟତ୍ତ କରିଛି ।

ସୂଚନା ଅନୁଯାୟୀ ମୃତକ ଜଣକ ହେଉଛନ୍ତି ପର୍ଶୁରାମପୁରର  ବିନୋଦ ସାହୁ । ଆଜି ବିନୋଦ କୌଣସି କାମରେ ବାହାରକୁ ଯାଇଥିଲେ। ବିନୋଦ କଣ୍ଟିଲୋ-ଖୋର୍ଦ୍ଧା ରାସ୍ତା ବୈଦେଶ୍ୱର ଥାନା ଅଧୀନ  କଳାପଥର ପଞ୍ଚାୟତ ଅନ୍ତର୍ଗତ ପର୍ଶୁରାମପୁର ଛକରେ ଯିବାବେଳେ ସାମ୍ନା ପଟୁ ଏକ ଟ୍ରକ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ବିନୋଧଙ୍କ ମୃତ୍ୟୁ ଘଟିଥିଲା ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାଗିଯାଇ ଟ୍ରକ ଡ୍ରାଇଭରକୁ ଧରି ପ୍ରଚୁର ମାଡ ମାରିଥିଲେ । ଏବଂ ଉତ୍ତେଜିତ ହୋଇ କ୍ଷତି ପୂରଣ ଦାବିରେ ରାସ୍ତା ରୋକ କରିଥିଲେ । ତେବେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲା ଏବଂ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଟ୍ରକ ଡ୍ରାଇଭରକୁ ଉଦ୍ଧାର କରିଥିଲା।

ଦୀର୍ଘ ତିନିଘଣ୍ଟା ପର୍ଯ୍ୟନ୍ତ ରାସ୍ତା ରୋକ କରିଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ପୋଲସ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଉପରୁ ଓହରିଥିଲେ ଆନ୍ଦୋଳନକାରୀ ।

Leave a Reply

Your email address will not be published.

Back to top button