କୋଭିଡ୍- 19ଜାତୀୟ
ମାଗଣାରେ ମିଳିବ ବୁଷ୍ଟର ଡୋଜ୍

ଜୁଲାଇ ୧୫ରୁ ମାଗଣାରେ ମିଳିବ ବୁଷ୍ଟର ଡୋଜ୍। ସମସ୍ତ ସରକାରୀ ଡାକ୍ତରଖାନାରେ ମାଗଣାରେ ୧୮ରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଦିଆଯିବ ଏହି ବୁଷ୍ଟର ଡୋଜ୍। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ତେବେ ଏହି ବୁଷ୍ଟର ଡୋଜ ଜୁଲାଇ ୧୫ରୁ ସମସ୍ତ ସରକାରୀ ଡାକ୍ତରଖାନାରେ ଉପଲବ୍ଧ ହେବ। ୭୫ ଦିନ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। ପୂର୍ବରୁ କୋଭିଡର ଦୁଇଟି ଡୋଜ ନେଇ ସାରିଥିବା ଲୋକେ ଏହି ଡୋଜ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ଦେଶରେ ୧୧୯ କୋଟି ଟିକାକରଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।
- ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ