ଓଡ଼ିଶାରାଜନୀତି

ମାଇନିଂ ସ୍କାମକୁ ନେଇ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ

ଭୁବନେଶ୍ବର: ଓଡିଶାର ସବୁଠୁ ବଡ଼ ଦୁର୍ନୀତି ହେଉଛି ମାଇନିଂ ସ୍କାମ୍ । ରାଜ୍ୟରେ ହେଉଥିବା ବ୍ୟାପକ ଖଣି ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଶାହା କମିଶନର ସୁପାରିଶ ପରେ ବି ଚୁପ ରହିଛନ୍ତି ସରକାର ।

ପ୍ରାଇଭେଟ ଖଣି ମାଲିକ ଓ ସରକାରଙ୍କ ମଧ୍ୟରେ କେଉଁ ପ୍ରକାର ଅନୈତିକ ବୁଝାମଣା ହୋଇଛି କି ୩୧ ମାର୍ଚ୍ଚ ୨୦୨୦ରେ ନିଲାମ ହୋଇଥିବା ୨୦ଟି ଖଣିରେ ବ୍ୟାପକ ଦୁର୍ନୀତି ହୋଇଛି । ବର୍ଷ ୧୯ ଓ ୨୦ ମଧ୍ୟରେ ଯେଉଁମାନର ଲୁହା ପଥର ଉତ୍ପାଦନ ହେଉଥିଲା ନିଲାମ ହେବା ପରେ  ୨୧-୨୨ରେ ଲୁହା ପଥର ମାନ ଜାଣିଶୁଣି ଖସାଇ ଦିଆଗଲା ସେ ନେଇ ଅଭିଯୋଗ କରିଛନ୍ତି ସାଂସଦ ।

ଉଚ୍ଚମାନର ଲୁହା ପଥରକୁ ନିମ୍ନମାନର ଲୁହା ପଥରରେ ପରିଣତ କରି ରପ୍ତାନୀ କରାଗଲା । ୬ଟି ଖଣିରେ ଏହିପରି ହେରଫେରକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା । ଏହି ଦୁର୍ନୀତି ପାଇଁ ସରକାରକୁ ବ୍ୟାପକ କ୍ଷତି ହୋଇଥିବା  ଅଭିଯୋଗ ଆଣିଛନ୍ତି ସାଂସଦ । 

Leave a Reply

Your email address will not be published.

Back to top button