ଫେଲ୍ – ଆଇଆଇଟି ବାବା ଅଭୟ

ଆଇଆଇଟି ବାବାଙ୍କ ଭବିଷ୍ୟବାଣୀ ଭୁଲ୍ ହୋଇଗଲା ଆଇଆଇସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନରୁ ଭାରତ ହାରିବ ବୋଲି ଭବିଷ୍ୟବାଣୀ କରିଥିଲେ। କିନ୍ତୁ କୋହଲିଙ୍କ ଧମାକାଦାର ଶତକ ବଳରେ ୬ ଓ୍ୱିକେଟରେ ପାକିସ୍ତାନକୁ ହରାଇଦେଲା ଭାରତ। ଏହା ସହ ସେମିଫାଇନାଲରେ ନିଜ ଜାଗା ପକ୍କା କରିଛି ଭାରତ। ଆଇଆଇଟି ବାବା ଓରଫ ଅଭୟ ସିଂ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚକୁ ନେଇ କଅଣ କହିଥିଲେ ଟିକେ ନଜର ପକାଇଦିଅନ୍ତୁ। ବିରାଟଙ୍କ ସମସ୍ତ ପ୍ରୟାସ ଫେଲ୍ ମାରିବା ସହ ଭାରତ ବି ଫେଲ୍ ମାରିବ ବୋଲି କହିଥିଲେ ଅଭୟ।

ଆଉ ଭାରତର ଧୂଆଁଧାର ବିଜୟ ପରେ ଏମିତିରେ ସୋସିଆଲ ମିଡ଼ିଆରେ ବେଶ୍ ଟ୍ରୋଲ୍ ହୋଇଥିଲେ ଅଭୟ। କୁଆଡ଼େ ଗଲେ ଭଣ୍ଡ ବାବା ଅଭୟ ବୋଲି ସବୁଠି ଅପବାଦ ଶୁଣିଥିଲେ। ଆଉ ଶେଷରେ ପୋଷ୍ଟ କରି ସରି ମାଗିଛନ୍ତି ଅଭୟ। ଏଭଳି ଦ୍ୱନ୍ଦାତ୍ମକ ଭବିଷ୍ୟତବାଣୀ ଲାଗି ଭୁଲ୍ ମାଗିଛନ୍ତି ଆଇଆଇଟି ବାବା। କୋହଲିଙ୍କୁ ପ୍ରଶଂସା କରିବା ସହ ସଫେଇ ଦେଇଛନ୍ତି, କୁଆଡ଼େ ତାଙ୍କ ମନରେ ହିଁ ଜଣାଥିଲା ଯେ, ଭାରତ ଜିତିବ। ସବୁଠୁ ବଡ଼ କଥା କହିଛନ୍ତି, ସେ ଏମିତି ଅନେକ କଥା ମିଛରେ ଫିଙ୍ଗନ୍ତି। କେହି ଏହାକୁ ଗମ୍ଭୀରତାର ସହ ନିଅନ୍ତୁନି।

ଦୁବାଇରେ ବିରାଟ ବିଜୟ। କୋହଲି ନିଜ ଫର୍ମକୁ ପୁଣି ଫେରିଲେ। ହେଲେ ଫେଲ୍ ମାରିଗଲା ଆଇଆଇଟି ବାବାଙ୍କ ଭବିଷ୍ୟତବାଣୀ। ଏମିତିରେ ଅଭୟ ନିଜ ଗୁରୁ ମହନ୍ତ ସୋମେଶ୍ୱର ପୁରୀଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ କରି ଜୁନା ଆଖଡ଼ାରୁ ଜାନୁଆରୀରୁ ବହିଷ୍କାର ହୋଇଛନ୍ତି। ମହାକୁମ୍ଭ ମେଳାରେ ଶୃଙ୍ଖଳା ଓ ସମର୍ପଣକୁ ସଦା ପ୍ରାଥମିକତା ଦିଆଯାଇଥାଏ। କିନ୍ତୁ ଏ ସୀମା ଡେଇଁଯାଇଥିଲେ ଅଭୟ।ନିଜକୁ ସଚ୍ଚା ସନ୍ୟାସୀ ନୁହେଁ, ବରଂ ଖ୍ୟାତି ଓ ଚର୍ଚ୍ଚାରେ ରହିବା ଲାଗି ଏହି ଯୁବ ଇଞ୍ଜିନିୟର କିଭଳି ସମସ୍ତଙ୍କୁ ଭୂଆଁ ବୁଲାଉଛନ୍ତି, ତାକୁ ନେଇ ସବୁଠି ହେଉଛି ଟ୍ରୋଲ୍।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *