ଫେରିଲେ ଭାରତୀୟ କ୍ରିକେଟ ଟିମ୍, ଦିଲ୍ଲୀ ବିମାନ ବନ୍ଦରରେ ଜୋରଦାର ସ୍ୱାଗତ

Spread the love

ଟି-୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଟିମ୍ ଦେଶକୁ ଫେରିଛନ୍ତି। ସକାଳ ୬ ଟାରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା ଟିମ୍ ଇଣ୍ଡିଆ । ବିମାନବନ୍ଦରରେ ଦଳର ପ୍ରଶଂସକଙ୍କ ଭିଡ ଜମିଥିବା ବେଳେ ସମଗ୍ର ଦେଶ ଚାମ୍ପିଅନମାନଙ୍କୁ ଜୋରଦାର୍ ସ୍ୱାଗତ କରାଯାଇଛି। ଆଜି ପୂର୍ବାହ୍ନ ୧୧ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ଭାରତୀୟ ଦଳ। ପ୍ରଧାନମନ୍ତ୍ରୀ ଖେଳାଳିଙ୍କ ସହ ଜଳଖିଆ ମଧ୍ୟ କରିବେ। ଏହାପରେ ଟିମ୍ ଇଣ୍ଡିଆ ମୁମ୍ବାଇ ଅଭିମୁଖେ ଯାତ୍ରା କରିବେ। ଅପରାହ୍ନ ୫ ଟାରେ ମୁମ୍ବାଇର ନରିମାନ ପଏଣ୍ଟରୁ ୱାଙ୍ଖେଡ ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ଖୋଲା ଛାତ ବସ୍‌ରେ ଟିମ୍ ଇଣ୍ଡିଆର ବିଜୟ ପରେଡ ହେବ। ତା’ପରେ ସମାରୋହ ସମାରୋହରେ ଟିମ୍‌କୁ ୧୫ କୋଟିର ନଗଦ ପୁରସ୍କାର ଦିଆଯିବ।

Leave a Reply

Your email address will not be published. Required fields are marked *